ବନ୍ତଳା – ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଶିକାରୀଙ୍କ ପାଦ୍ରୁଭାବ ଥମିବାରେ ନା ଧରୁନି । ତେବେ ଶିକାରୀଙ୍କ ବନ୍ୟଜନ୍ତୁ ଶିକାର ଲାଳସା ଯୋଗୁଁ ଗୋଟିଏ ପରେ ଗୋଟିଏ ମଣିଷ ଜୀବନ ଯାଉଛି । ପୂର୍ବରୁ ଶିକାରୀଏନକେ ବିଦ୍ୟୁତ ଫାଶରେ ପଡି ୧୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ବନ୍ତଳା ରେଞ୍ଜ , ତଳଗଡ଼ ପଞ୍ଚାୟତ କନ୍ତମେଘ ଗ୍ରାମର ଚାଷୀ ମୋହନ ରାଜପୁତ(୩୮) ଆଜି ସକାଳ ପ୍ରାୟ ୬ଟା ବେଳକୁ ନିଜ ଚାଷ କ୍ଷେତରେ ପାଣି ଦେବାକୁ ଘରୁ ବାହାରିଥିଲେ । ତେବେ ଗ୍ରାମର ପଟୁମାଳ ଠାରେ ପୂର୍ବରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଦ୍ୟୁତ ତାର ବିଛାଥିବା ସେ ଜାଣି ପାରିନଥିଲେ । ଫଳରେ ସେହି ତାର ସଂସ୍ପର୍ଶରେ ଆସି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗାଁ ଲୋକମାନେ ସକାଳ ପ୍ରାୟ ୮ ବେଳେ ସେଠାରେ ତାଙ୍କୁ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ୍ତଳା ରେଞ୍ଜ ର ବନ କର୍ମଚାରୀ ଏବଂ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ବନ ବିଭାଗ ଘଟଣା ସ୍ଥଳରେ ବିଛାଯାଇଥିବା ବିଜୁଳି ତାର ଜବଦ କରିଛି । ତେବେ କିଏ ସେ ଶିକାରି ଯେ ଶିକାର ପାଇଁ ତାର ବିଛାଇ ଥିଲା ତାହା ଜଣାପଡି ନାହିଁ । ସୂଚନା ଅନୁସାରେ ମୃତ ଚାଷୀଙ୍କ ନିଜ ଘର ଉତ୍ତରପ୍ରଦେଶରେ ଝାନସି ଅଞ୍ଚଳରେ । ସେ ଦୀର୍ଘ ୭ ବର୍ଷ ହେବ ସେହି ଗ୍ରାମରେ ବିବାହ କରି ଶ୍ୱଶୁର ଘରେ ରହି ଆସୁଥିଲେ ।
What’s your Reaction?
+1
+1
+1
+1
+1
+1
+1