ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ )

ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ )

 

ଅନୁଗୋଳ – ରାଜପଥରେ ଯାଉଥିବା ଟ୍ରକକୁ ଅଟକାଉଥିଲା । ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଲୁଟୁଥିଲା । ଖବର ପାଇ ମାଡି ବସିଲା ପୁଲିସ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ତାଳଚେର-ଗୋଡିବନ୍ଧ ଦେଇ ଯାଇଥିବା ଜାତୀୟ ରାଜପଥର ନୁଆଁ ବଲଣ୍ଡା ଠାରେ ଘଟିଛି । ସୂଚନା ଅନୁସାରେ ପିଣ୍ଟୁ ମହାନ୍ତି ନାମକ ଜଣେ ଯୁବକ କିଛିଦିନ ତଳେ ଜେଲରୁ ବାହାରିବା ପରେ ପୁଣି ଟ୍ରକ ଅଟକାଇ ଲୁଟ କରୁଥିବା ଖବର ପୁଲିସକୁ ମିଳିଥିଲା । ଖବର ପାଇ ତାଳଚେର ପୁଲିସ ଆଜି ନୁଆଁ ବଲଣ୍ଡା ଠାର ଜଗି ରହିଥିଲା । ପିଣ୍ଟୁ ସେହି ଅଞ୍ଚଳକୁ ଆସି ବନ୍ଧୁକ ଦେଖାଇ ଟ୍ରକରୁ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ମାଡି ବସିଲା । ତା ନିକଟରୁ ଏକ ବନ୍ଧୁକ ଓ ଏକ ପେପର କଟା ଛୁରୀ ଜବତ ହୋଇଛି । ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ତାର ଆଉ କିଛି ସହଯୋଗୀ ଫେରାର ଥିବା ସୂଚନା ମିଳିଛି ।

 

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
1

Leave a Reply