ମୁଖ୍ୟ ଖବର କୂଅରେ ପଡି ନାବାଳକ ମୃତ Angul OnlineAugust 4, 2023August 4, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଟାସରା ଗାଁରେ ଗାଧେଇବାକୁ ଯାଇ କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ କ୍ଷୀରୋଦ ସାହୁଙ୍କ ୧୦ ବର୍ଷର ପୁଅ ଶ୍ରୀୟାଂଶୁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶ୍ରୀୟାଂଶୁ ବାଡ଼ି ପଟରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ତେଣ୍ଡାରେ ସେ ପାଣି ଟାଣୁଥିବା ବେଳେ ହଠାତ ତାଙ୍କ ଗୋଡ ଖସି ଯାଇ ସେ କୂଅରେ ପଡି ଯାଇଥିଲେ । ତେବେ ସେ କୂଅରେ ପଡିଥିବା କେହି ଜାଣି ନଥିବା ବେଳେ ଘରକୁ ନ ଫେରିବାରୁ ଘରଲୋକ ଖୋଜାଖୋଜି କରି ତାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । Advertisement
ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫି‘କୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି…
ଜାତୀୟ ରାଜପଥ ର ସୁରକ୍ଷା ପାଇଁ ଯଜ୍ଞ ଅନୁଗୁଳ – ଜାତୀୟ ରାଜପଥ ୫୫ ପାଇଁ ହୋମଯଜ୍ଞର ଆୟୋଜନ କଲେ ଅନୁଗୁଳ ସଚେତନ ନାଗରିକ । ରାଜପଥର ଦୁରାବସ୍ଥା ଯୋଗୁଁ ନିରୀହ ଜନସାଧାରଣଙ୍କ ଜୀବନ ଯାଉଛି…
ବଢିଲେ କୁମ୍ଭୀର , କମିଲେ ପକ୍ଷୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ…