କାର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

 
ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡ଼ାଠାରେ ଏକ କାର ଧକ୍କାରେ ଶୁକ୍ରବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନତଡ଼ା ଗାଁର ଶମ୍ଭୁନାଥ ସାହୁ(୬୩) ଗାଇ ନେଇ ନତଡ଼ା ଡ଼ଅଁରା ରାସ୍ତାରେ ଯାଉଥିଲେ। ଏହି ସମୟରେ ଡ଼ଅଁରାରୁ ନତଡ଼ା ଆଡ଼କୁ ଆସୁଥିବା ଏକ କାର ଶମ୍ଭୁନାଥଙ୍କୁ ଧକ୍କା ଦେଇଥିଲା । ଫଳରେ ଶମ୍ଭୁନାଥ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାରରେ ଶମ୍ଭୁନାଥଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଚିକିତ୍ସାଳୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏ ନେଇ ଖବର ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦକରି ପରିବାରକୁ ହସ୍ତାନ୍ତର କରିଛି।

Advertisement

Leave a Reply

Your email address will not be published. Required fields are marked *