ଅପରାଧ ୭୩୯ କେଜି ଗଞ୍ଜେଇ ପୋଡ଼ିଲା ପୁଲିସ Angul OnlineAugust 5, 2023August 5, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗରେ ଜବତ ହୋଇଥିବା ୭୩୯ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ, ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ଦ୍ବାରା ବିଭିନ୍ନ ମାମଲାରେ ଜବତ ହୋଇଥିବା ଗଞ୍ଜେଇ ମାଲଖାନାରେ ଗଛିତ ହୋଇଥିଲା । ଏହି ସବୁ ମାମଲାର ରାୟ ପ୍ରକାଶ ପାଇବାପରେ ଜବତ ଗଞ୍ଜେଇକୁ ଜିଲ୍ଲା ଡ୍ରଗ ଡିସପୋଜାଲ କମିଟି ଦ୍ବାରା ଖୋର୍ଦ୍ଧାର ସାନି କ୍ଲିନ ପ୍ରାଇଭେଟ ଲିମିଟେଡ କମ୍ପାନୀ ଭିତରେ ଶୁକ୍ରବାର ଏହାକୁ ପୋଡି ନଷ୍ଟ କରାଯାଇଛି । ପୋଡ଼ିବା ବେଳେ ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ, ରାଜ୍ୟ ଫରେନ୍ସିକ୍ ଲାବୋରେଟାରୀର ସାଇଣ୍ଟିଫିକ୍ ଅଫିସର ଲିପିକା ପ୍ରିୟଦର୍ଶିନୀ ରାଉତ ଓ ଡିଏସ୍ପି ଯୋଗେଶ୍ବରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । Advertisement
ରାତ୍ର ଜଗୁଆଳଙ୍କ ଘରୁ ଚୋରି ଅନୁଗୁଳ – ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ସରୋଜ ମୁଖୀଙ୍କ ଘରାଉ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଅନୁଗୁଳ ହୁଲୁରୁସିଂହା…
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ସାଇବର ଲୁଟର ଶିକାର ଅନୁଗୋଳ – ଅନୁଗୋଳ ସହରରେ ରହୁଥିବା ଜଣେ ଅବସରପ୍ରାପ୍ତ ସରକାରୀ ଯନ୍ତ୍ରୀ ଓଏଲ୍ଏକ୍ସ ୱେବ୍ସାଇଟ୍ରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେଇ ସାଇବର ଲୁଟର ଶିକାର…