ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ

ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ପୁଣି ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି ଆଦେଶ ଦିଆଯାଇଛି । ଏହି ବଦଳି ଆଦେଶ ଅନୁଯାୟୀ ନିଶା ଶିଳ୍ପାଞ୍ଚଳ ଥାନାରେ କାର୍ଯ୍ୟରତ ଏସଆଇ ସତ୍ୟ ରଞ୍ଜନ ଲେଙ୍କାଙ୍କ ଅନୁଗୁଳ ସଦର ଥାନାକୁ ବଦଳି କରାଯାଇଛି । ବଅଁରପାଳ ଥାନାର ଏସ୍ଆଇ ରୀତାଞ୍ଜଳି ପ୍ରଧାନ ଓ ଆଠମଲ୍ଲିକ ଥାନାର ଏସ୍ଆଇ ଦେବଯାନୀ ଛତରଙ୍କ ପୂର୍ବ ବଦଳିକୁ ବାତିଲ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ରୀତାଞ୍ଜଳିଙ୍କ ବନ୍ତଳା ଥାନାକୁ ଓ ଦେବଯାନୀଙ୍କ ଅନୁଗୁଳ ଥାନାକୁ ବଦଳି ଆଦେଶ ହୋଇଥିଲା । ନିଶା ଶିଳ୍ପାଞ୍ଚଳ ଥାନାର ଏଏସ୍ଆଇ ପ୍ରଫୁଲ୍ଲ କୁମାର ରାଉତ, ହଣ୍ଡପା ଥାନାର ଏଏସ୍ଆଇ ପ୍ରମୋଦ କୁମାର ଆଇଚ ଓ ଗୋପାଳପ୍ରସାଦ ଆଉଟପୋଷ୍ଟର ଏଏସ୍ଆଇ ପ୍ରଶାନ୍ତ କୁମାର ରାଉତଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ରବ୍ଦ କରାଯାଇଛି । ଏଏସଆଇ ପ୍ରଫୁଲ ରାଉତ ନିଶା ଶିଳ୍ପାଞ୍ଚଳ ଥାନା, ପ୍ରମୋଦ କୁମାର ଆଇଚଙ୍କ ଅନୁଗୁଳ ସଦର ଓ ପ୍ରଶାନ୍ତ କୁମାର ରାଉତ ନାଲକୋ ଥାନାରେ କାର୍ଯ୍ୟ କରିବେ ବୋଲି ଏସ୍‌ପି ଶ୍ରୀ ମୀନା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସେଣ୍ଟ୍ରାଲ କଲୋନୀ ଫାଣ୍ଡିରେ କାର୍ଯ୍ୟରତ ଏଏସ୍ଆଇ ସନ୍ତୋଷ କୁମାର ଶତପଥୀଙ୍କୁ ଛେଣ୍ଡିପଦା , ତାଳଚେର ଥାନାର ଏଏସ୍ଆଇ ସନ୍ତୋଷ କୁମାର ସେଠୀଙ୍କୁ ଗୋଡ଼ିବନ୍ଧ ଆଉଟ୍ ପୋଷ୍ଟ , ତାଳଚେର ଥାନାର ରମେଶ ସେନାପତିଙ୍କୁ ସେଣ୍ଟ୍ରାଲ କଲୋନୀ ଫାଣ୍ଡି ଓ ଛେଣ୍ଡିପଦା ଥାନାର ଗୋକୁଳାନନ୍ଦ ବେହେରାଙ୍କୁ ତାଳଚେର ଥାନାକୁ ସ୍ଥାନାନ୍ତର କରାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply