ମୁଖ୍ୟ ଖବର କ୍ୱାକଙ୍କ ଚିକିତ୍ସାରେ ଯୁବକ ମୃତ୍ୟୁ – ଘଟଣାକୁ ନେଇ ଉତ୍ତେଜନା Angul OnlineAugust 6, 2023August 6, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବନ୍ତୁଲ ଗାଁରେ ସ୍ଥାନୀୟ ଜଣେ କ୍ୱାକଙ୍କ ଚିକିତ୍ସାରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ଉତ୍ତେଜନା ଦେଖାଦେଇଛି । ପରିବାର ଲୋକଙ୍କ ସୂଚନା ଅନୁସାରେ, ଗାଁର ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ(୩୫) ଭୁବନେଶ୍ବରରେ ଇଲେକଟ୍ରିକାଲ ମିସ୍ତ୍ରୀ ଭାବେ କାମ କରନ୍ତି । ତାଙ୍କୁ ଜ୍ଵର ହେବାରୁ ଗାଁକୁ ଆସିଥିଲେ । ତେବେ ଗାଁରେ ପାଇକସାହି ହାଟପଦାରେ ଔଷଧ ଦୋକାନ କରିଥିବା ଜଣେ ଦୋକାନୀଙ୍କଠାରୁ ଔଷଧ ଖାଉଥିଲେ। କିନ୍ତୁ ଜ୍ବର ନ କମିବାରୁ ପାଇକସାହିର ସେହି ଔଷଧ ଦୋକାନୀ ରବିବାର ସକାଳେ ସୁଶାନ୍ତଙ୍କ ଭେନ୍ ରେ ୨ଟି ଇଞ୍ଜେକ୍ସନ ଦେଇଥିଲେ । ଏହି ଇଞ୍ଜେକସନ ଦେବା କ୍ଷଣି ସୁଶାନ୍ତ ଅଧିକ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖବର ପାଇବାପରେ ଅନୁଗୁଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି । କ୍ୱାକ ର ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ ଶବ ବ୍ୟବଚ୍ଛେଦ ଡେରି ହେବାରୁ ସୁଶାନ୍ତଙ୍କ ପରିବାର ଲୋକେ ଡାକ୍ତରଖାନା ରେ ହୋ ହାଲ୍ଲା କରିଥିଲେ । ଖବର ପାଇ ଅନୁଗୁଳ ପୋଲିସ ବୁଝା ଶୁଝା କରି ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲା । ଏହାପରେ ପରିବାର ଲୋକେ ସୁଶାନ୍ତଙ୍କ ଶବକୁ ନେଇ ପାଇକସାହି ଔଷଧ ଦୋକାନ ସାମ୍ନାରେ ଶବକୁ ରଖି କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ । କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜରଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ରସାନନ୍ଦ ପ୍ରଧାନ କଟକର ଏକ ସ୍ପେସିଆଲ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଆୟ ବହିର୍ଭୁତ…
ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ ତାଳଚେର – ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି…
ଗାଁରେ ଅଜଣା ଜନ୍ତୁ ଆତଙ୍କ – ୧୦ ରୁ ଅଧିକ ଛେଳି ମାରି ଖାଇଦେଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ ହିଡ଼ସିଂହ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଆଜି(ଶନିବାର) ସନ୍ଧ୍ୟାରେ ଗାଁର ୨ ଟି ଛେଳିଙ୍କର ଅଜଣା ଜନ୍ତୁ…