ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି ଅବିବାହିତ ମା ତାର ସନ୍ତାନ ଜନ୍ମ ପରେ ଫିଙ୍ଗି ଦେଇଥିବା ଅନୁମାନ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ କାଲି ରାତି ପ୍ରାୟ ୨ ଟା ୩୦ ବେଳକୁ ଏକ ବୁଲେରୋ ଗାଡ଼ିରେ ଅଜଣା ଯୁବକ ଯୁବତୀ ଆସି ଛୁଆଟିକୁ ଫିଙ୍ଗି ଚାଲିଯାଇଥିବା ସେମାନେ ଦେଖିଥିଲେ । କିଏ କଣ କରୁଚ ବୋଲି ପ୍ରଶ୍ନ କରିବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ । ତେବେ ଆଜି ଏକ ଶିଶୁର ମୃତ ଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ସେଇ ଶିଶୁଟି ପାଖରେ ଏକ ମହିଳାଙ୍କ ପୋଷାକ ଓ କିଛି କପଡା ପଡିଥିବା ଦେଖିବାକୁ ମିଳିଛି । ତେବେ କୌଣସି ଘରୋଇ ଡାକ୍ତରଖାନାରେ ସନ୍ତାନ ପ୍ରସବ ପରେ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ କିଏ କାହିଁକି ଏଭଳି କରିଛି ଓ କୋଉ ପରିସ୍ଥିତିରେରେ ଛୁଆ ଟି ଜନ୍ମ ହେବା ପରେ ଏଠାରେ ଫିଙ୍ଗା ଯାଇଛି ତାହା ଜଣା ପଡି ନାହିଁ ।
What’s your Reaction?
+1
+1
+1
+1
+1
+1
+1