ଖେଳ ଓ ଖେଳାଳି ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ Angul OnlineAugust 7, 2023August 7, 2023 ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ସାଇ ୱାରିୟର୍ସ, ନତଡ଼ା କ୍ରିକେଟ୍ କ୍ଲବ, ବଲ ଟୁ ଷ୍ଟାର କ୍ଲବ ଓ ଲୁଟୁ ୱାରିୟର୍ସ ବିଜୟୀ ହୋଇଛନ୍ତି । ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜି ସକାଳେ ଏହି ପ୍ରତିଯୋଗିତାକୁ ପୂର୍ବତନ ନଗରପାଳ ଶକ୍ତପ୍ରସାଦ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅନୀଲ ପ୍ରଧାନ, ସମରେଶ ନାଥ, ପତିତପାବନ ସାହୁ, ଲିଟୁନ୍ କୁମାର ସାହୁ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ମା’ ବାସନ୍ତୀ ଦୁର୍ଗା ପୂଜା କମିଟିର ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା, ସଂପାଦକ ଅନୂପ ମହାନ୍ତିଙ୍କ ସମେତ ଭଲିବଲ ହୋମ୍ର ସଭାପତି ପ୍ରତାପ ମାଝୀ, ଟୁକୁ ପ୍ରଧାନ, ଅନୀଲ ପଟ୍ଟନାୟକ, ମନୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। Advertisement
ପାଲଲହଡା କପ – ବାଗଡିଆ ଚମ୍ପିୟାନ ପାଳଲହଡ଼ା – ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି । ୭ ଦିନ ଧରି…
ହକି ୱାର୍ଲଡ଼ କପର ପ୍ରଚାର ପ୍ରସାର ପାଇଁ ପ୍ରଶାସନର ଉଦ୍ୟମ ଅନୁଗୁଳ – ସାରା ଓଡ଼ିଶାରେ ଏବେ ହକି ଫିବର । ଓଡ଼ିଶାରେ ହେବାକୁ ଥିବା ପୁରୁଷ ୱାର୍ଲଡ଼ କପ ହକି ପାଇଁ ରାଜ୍ୟ ସରକାର ସବୁ ପ୍ରକାର…
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…