ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ଲକ୍ଷାଧିକ ଟଙ୍କା ଲୁଟ୍‌

ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ଲକ୍ଷାଧିକ ଟଙ୍କା ଲୁଟ୍‌

 

ଅନୁଗୁଳ – ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍‌ ହୋଇଛି । ସୁଚନା ଅନୁସାରେ , ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗୋପାଳପୁର ଗାଁର ଅରବିନ୍ଦ ନାୟକ(୨୪) ଅନୁଗୁଳରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ ଲୋନ୍‌ ଅଫିସର ଭାବେ କାମ କରନ୍ତି । ସୌଭାଗ୍ୟନଗରରେ ଥିବା ଫାଇନାନ୍ସ ସଂସ୍ଥାର କାର୍ଯ୍ୟାଳୟରୁ ସେ ରବିବାର ପ୍ରଗତିନଗର, ସାକୋସିଂହା ଆଦି ଗାଁକୁ ଯାଇଥିଲେ । ଟଙ୍କା ସଂଗ୍ରହ କରି ମୋଟରସାଇକେଲରେ ଫେରିବା ବେଳେ ସାକୋସିଂହା ଗାଁ ଶେଷରେ ଥିବା ଆମ୍ବ ବଗିଚା‌ ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କୁ ବିଧା, ଚାପୁଡ଼ା ମାରିବା ସହ ଗାଡ଼ି ଚାବି ଫିଙ୍ଗି ଦେଇଥିଲେଥିଲେ । ସେମାନେ ମୁହଁରେ କପଡ଼ା ବାନ୍ଧିଥିଲାବେଳେ ହାତରେ ଛୁରି, ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ । ମାଡ ମାରିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ବ୍ୟାଗ୍‌ରୁ ୧ ଲକ୍ଷ ୩୩ ହଜାର ୬୮୦ ଟଙ୍କା ଝାମ୍ପି ନେଇଥିଲେ । ଟଙ୍କା ନେବା ପରେ ଦୁର୍ବୃତ୍ତମାନେ ୨ଟି ମୋଟରସାଇକେଲରେ ସାକୋସିଂହା ଆଡ଼କୁ ପଳାଇଥିଲେ। ଏ ନେଇ ଅରବିନ୍ଦ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୫୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ ।

What’s your Reaction?
+1
0
+1
1
+1
0
+1
0
+1
0
+1
0
+1
0

Leave a Reply