ମୁଖ୍ୟ ଖବର ମଙ୍ଗଳା କୋଠି ଉପରକୁ ଟେକା ମାଡ – ଉତ୍ତେଜନା , ଏପଟେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ପୁଲିସ Angul OnlineAugust 8, 2023August 8, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଟୁସର ଗ୍ରାମରେ ମଙ୍ଗଳା କୋଠିକୁ ଯାଇ ନିଖୋଜ ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ଘଟଣାର କିଛିଦିନ ନିରବତା ପରେ ଆଜି ପୁଣି ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଏହି ଘଟଣାରେ ମଙ୍ଗଳା କୋଠି ପୁଜାରିଣୀ ସମେତ ତିନି ପୁଅକୁ ପୁଲିସ କୋର୍ଟ ଚାଲାଣ ପରେ ମଧ୍ୟ ଲୋକଙ୍କ ମନରେ ଏବେବି ଅସନ୍ତୋଷ ଲାଗି ରହିଛି । ମୃତ ନାବାଳକ ସଂଜିତ୍ ବିଶ୍ଵାଳ ନିଖୋଜ ହେବା ପରେ ମଧ୍ୟ କିଆକଟା ପୋଲିସର ନିଷ୍କ୍ରିୟତା ଯୋଗୁଁ ନବାଳକର ମୃତ୍ଯୁ ହେବା ଅଭିଯୋଗ କରି ରାସ୍ତାରୋକ କରିବା ସମୟରେ ପୋଲିସ ଭ୍ୟାନ ଜାଳି ଦେଇଥିଲେ ଗ୍ରାମବାସୀ । ଏହି ଘଟଣାରେ ୩୬୫ ଜଣଙ୍କ ନାମରେ କେସ ରୁଜୁ କରା ଯାଇଥିବା ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଆହୁରି ଅସନ୍ତୋଷ ଦେଖା ଦେଇଥିଲା । ଏଥିପାଇଁ ମଙ୍ଗଳବାର ଲୋକଙ୍କ ନାମରୁ ମାମାଲା ପ୍ରତ୍ଯାହାର କରିବା , ମଙ୍ଗଳା କୋଠି ସମେତ ପୁଜାରୀଣିର ଘରକୁ ଉଚ୍ଛେଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଶତାଧିକ ମହିଳା ଓ ପୁରୁଷ । ସେମାନେ ଆନ୍ଦୋଳନ ଚଳାଇଥିବା ବେଳେ ପୁଲିସ ଏହାକୁ ଆତ୍ମହତ୍ଯାର ରୁପ ଦେଉଥିବା ଏକ ଗୁଜବ ସେମାନଙ୍କ ଭିତରେ ଖେଳି ଯାଇଥିଲା । ଏଭଳି ଗୁଜବ ଶୁଣିବା ପରେ ଆନ୍ଦୋଳନକାରୀ ମାନେ ଉତ୍ତ୍ଯକ୍ତ ହୋଇ ମଙ୍ଗଳା କୋଠି ଭାଙ୍ଗିବାକୁ ପ୍ରୟାସ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ସେମାନଙ୍କୁ ଏଥିରୁ ନିବୃତ କରିଥିଲା । ତେବେ ତଥାପି ଆନ୍ଦୋଳନକାରୀ ମାନେ ଥମି ନଥିଲେ । ସେମାନେ ମଙ୍ଗଳା କୋଠିରେ ଥିବା କିଛି ଆସବାବପତ୍ର ଭଙ୍ଗାରୁଜ୍ଜା କରିବା ସହ କୋଠି ଉପରକୁ ଟେକା ମାଡ କରିଥିଲେ । ପରିସ୍ଥିତି ଦେଖି ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରା ଯାଇଥିଲା । ପରେ ସ୍ଥାନୀୟ ଉପ-ଜିଲ୍ଲାପାଳ , ତହସିଲଦାର , ଆଡିସିନାଲ ଏସ୍.ପି. , ଏସ୍.ଡି.ପି.ଓ ଆଦି ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଆସନ୍ତା କାଲି ତହସିଲଦାର ଆସି ଲୋକଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଥିଲା । ଏପଟେ ଏହି ଘଟଣାରେ ପୁଲିସ , ଗୀତାଞ୍ଜଳି ବାଘ ଓ ତିନି ପୁଅକୁ ଗୋଟିଏ ଦିନ ରିମାଣ୍ଡରେ ଆଣିଥିଲା । ଆଜି ପଚରାଉଚରା କରିବା ପରେ ପୁଣି ସେମାନଙ୍କୁ ଜେଲ ପଠାଇ ଦିଆ ଯାଇଛି । ସାଇଣ୍ଟିଫିକ ଓ ଡାକ୍ତରୀ ରିପୋର୍ଟ ପରେ ଆବଶ୍ୟକ ପଡ଼ିଲେ ପୁଣି ଆଉଥରେ ରିମାଣ୍ଡରେ ଅଣାଯିବ ବୋଲି ଅନୁଗୋଳ ଏସ୍ ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । Advertisement
ଦୁର୍ଘଟଣା ନେଲା ତିନି ଜୀବନ ଅନୁଗୁଳ/ତାଳଚେର – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ତିନି ଜଣଙ୍କ ଜୀବନ ଯାଇଛି । ତାଳଚେର ଗୋଡିବନ୍ଧ ଛକ ନିକଟରେ କୋଇଲା ବୋଝେଇ…
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ହେଲେ ବିଦା ଅନୁଗୁଳ – ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା…
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…