ଅନୁଗୁଳ – ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା ବେଳେ ଉଭୟ କେନାଲରେ ଖସି ପଡିଥିଲେ । ସୌଭାଗ୍ଯ ବସତଃ ଜଣେ ଶିଶୁ ଉଦ୍ଧାର ପାଇ ଯାଇଥିବା ବେଳେ ଅନ୍ଯ ୩ ବର୍ଷର ଶିଶୁର ମୃତ୍ଯୁ ହୋଇଛି । ସୁଚନା ଅନୁସାରେ ହେମସୁରପଡା ନାଖରାସାହିର ସର୍ବ ବେହେରା ଓ ତାଙ୍କ ସ୍ତ୍ରୀ ବିଲରେ କାମ କରୁଥିବା ବେଳେ ତାଙ୍କ ୭ ବର୍ଷର ପୁଅ ସୁର୍ଯ୍ୟ ବେହେରା ଓ ୩ ବର୍ଷର ପୁଅ ବୁଲୁ ବେହେରା ଜମି ନିଅକଟରେ ଯାଇଥିବା କେନାଲ ହୁଡାରେ ବସି ଖେଳୁଥିଲେ । ତେବେ କୌଣସି କାରଣ ବସତଃ ଉଭୟ ଶିଶୁ କେନାଲରେ ଖସି ପଡିଥିଲେ । କିଛି ସମୟ ପରେ ସର୍ବ ଓ ତାଙ୍କ ସ୍ତ୍ରୀ ଆସି ଉଭୟ ଶିଶୁ ପାଣିରେ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ସେମାନେ ଉଭୟ ଶିଶୁକୁ ପ୍ରଥମେ ଏକ ଘରୋଇ ନର୍ସିଂ ହୋମ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ୩ ବର୍ଷର ଶିଶୁ ବୁଲୁକୁ ମୃତ ଘୋଷଣା କରିଥିଲେ । ବଡ ପୁଅ ସୁର୍ଯ୍ଯ ସୁସ୍ଥ ଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
1
+1