ଅନୁଗୁଳ – ସ୍ବାଧୀନତା ଦିବସ ଅବସରରେ ଅନୁଗୁଳ ଇକୋ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ ଉଦ୍ଘାଟିତ ହୋଇଥିଲା । ଏଥିପାଇଁ ଅତିଥିଙ୍କ ନାମ ଥାଇ ଏକ ଫଳକ ଲଗାଯାଇଥିଲା । ଶିଳ୍ପ , ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମ୍ୟୁଜିକାଲ ଫାଉଣ୍ଟେନକୁ ଉଦଘାଟନ କରିଥିଲେ । ହେଲେ ଉଦ୍ଘାଟନ ପରେ ଏହି ଫଳକକୁ ଭାଙ୍ଗି ଦିଆଯାଇଛି । କିଏ, କ’ଣ ପାଇଁ ଏହି ଫଳକ ଭାଙ୍ଗିଲା ତାହା ଜଣାପଡ଼ିନି । ଏଥିନେଇ ପୌରପାଳିକା ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଏହାର ତଦନ୍ତ କରୁଛି । ତେବେ ଏହି ଉଦଘାଟନ ପାଇଁ ନିର୍ମାଣ ହୋଇଥିବା ଫଳକରେ ମୁଖ୍ଯ ଅତିଥି ସମେତ ଅନ୍ଯ ଅତିଥି ମାନଙ୍କ ନାମ ମଧ୍ଯ ରହିଥିଲା । ତେବେ ସ୍ଥାନୀୟ କାଉନସିଲରଙ୍କ ନାମ ନଥିବାରୁ ତାଙ୍କ ସମର୍ଥକ ମାନେ ଏହି ଫଳକ ଭଙ୍ଗା ଯାଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏ ଦିଗ ନେଇ ପୁଲିସ ମଧ୍ଯ ତଦନ୍ତ କରୁଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
2
+1
+1
+1