ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ

ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ

 

ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନ ନିକଟରେ ଘଟିଛି । ସୂଚନା ଅନୁସାରେ ତାଳଚେର ନବମିଶ୍ର କଲୋନୀର ହରେକୃଷ୍ଣ ବାହାତି ଓ ତାଙ୍କ ବନ୍ଧୁ କ୍ରିଷ୍ଣା ମୋଦୀ ନାମକ ଦୁଇ ଯୁବକ ତାଙ୍କ ସମ୍ପର୍କୀୟଙ୍କୁ ଟ୍ରେନରୁ ଆଣିବା ପାଇଁ ତାଳଚେର ରୋଡ଼ ଷ୍ଟେସନକୁ କାର ନେଇ ଯାଉଥିଲେ । ତେବେ ବନ୍ତୁଲ ଗାଁ ନିକଟରେ ଟ୍ରେନ ଫାଟକ ପଡିଥିବା ଯୋଗୁଁ ଉଭୟ ଗାଡ଼ିରେ ବସି ଫାଟକ ଖୋଲିବାକୁ ଅପେକ୍ଷା କରିଥିଲେ । ତେବେ ହଠାତ ଦୁଇ ଜଣ ଯୁବକ ଏକ ସାଇନ ମୋଟରସାଇକେଲରେ ଆସି ତାଙ୍କ କାର କାଚକୁ ଆଘାତ କରିବା ସହ ଗାଡି ପଛକୁ କରିବାକୁ କହିଥିଲେ । ତେବେ ତାଙ୍କ କାର ପଛରେ ଗାଡି ଥିବାରୁ ଗାଡି ପଛକୁ ଯିବା ସମ୍ଭବ ନାହିଁ ବୋଲି ସେମାନେ କହିବାରୁ ଉଭୟ ଦୁର୍ବୃତ୍ତ ସେମାନଙ୍କୁ ଗାଳି ଗୁଳଜ କରିବା ସହ କାରକୁ ଭଙ୍ଗାରୁଜା କରିଥିଲେ । ଏହା ଦେଖି କାରରେ ଥିବା ଦୁଇ ଯୁବକ ସେମାନଙ୍କୁ ଅବରୋଧ କରିବାକି ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତ ମାନେ ଉଭୟ ଯୁବକଙ୍କୁ ମଧ୍ୟ ଆକ୍ରମଣ କରି ସେମାନଙ୍କ ନିକଟରୁ ୮ ହଜାର ଟଙ୍କା ଛଡାଇ ନେଇଥିବା ଜଣା ପଡ଼ିଛି । ଯୁବକ ଦୁଇଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ବୃତ୍ତ ମାନେ କାରର କାଚ ଭାଙ୍ଗି ଫେରାର ହୋଇ ଯାଇଛନ୍ତି । ଏ ନେଇ ଆହତ ଯୁବକ ମାନେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
1

Leave a Reply