ମୁଖ୍ୟ ଖବର ଅତିରିକ୍ତ ଏସ୍.ପି.ଙ୍କ ଅକାଳ ବିୟୋଗ Angul OnlineAugust 17, 2023August 17, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ପାଣିଗ୍ରାହୀ ସକାଳେ ବଜାରରୁ ପରିବା କିଣି ଆଣିଥିଲେ। ଘରେ କିଛି କାମ କରିଥିଲେ । ତାପରେ ତାଙ୍କର ବାନ୍ତି ହୋଇଥିଲା । ଅସୁସ୍ଥ ଅନୁଭବ କରିବାରୁ ଜିପ୍ ଚାଳକଙ୍କୁ ଡ଼ାକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ଜିଲ୍ଲା ପୁଲିସରେ ଶୋକର ଛାୟା ଖେଳିଯାଇଥିଲା । ସେଜଣେ କର୍ମଠ ନ୍ୟାୟବନ୍ତ ପୁଲିସ ଅଧିକାରୀଭାବେ ସୁନାମ ଅର୍ଜନ କରିଥିଲେ । ନିକଟରେ ତାଙ୍କର ବାଲେଶ୍ବର ଜିଲ୍ଲାକୁ ବଦଳି ହୋଇଥିଲା । କିଛି ଦିନ ମଧ୍ୟରେ ନୂଆ ଜାଗାରେ ଯୋଗଦେବାର ଥିଲା । ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଜି ବ୍ରିଜେଶ ରାଏ, ଆରକ୍ଷୀ ଅଧିକ୍ଷକ ସୁଧାଶୁ ଶେଖର ମିଶ୍ର ତାଙ୍କର ଶେଷ ଦର୍ଶନ କରିଥଲେ । ପରେ ଅପରାହ୍ନରେ ଛେଳିଆପଡ଼ା ପୁଲିସ ରିଜର୍ଭ ପଡ଼ିଆଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସ୍ବର୍ଗତ ପାଣିଗ୍ରାହୀଙ୍କ ପାର୍ଥିବ ଶରିରକୁ ନିଜ ଜନ୍ମମାଟି ବଲାଙ୍ଗିରକୁ ସନ୍ଧ୍ୟାରେ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । Advertisement
ପୁଣି ହାତୀ ନେଲା ଆଉ ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ…
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…