ମୁଖ୍ୟ ଖବର ନଦୀରେ ଗୋଡ଼ ଖସି ଜଣେ କାଉଡିଆ ମୃତ Angul OnlineAugust 21, 2023August 21, 2023 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିନିକେୟୀ ପୀଠ ନିକଟରେ ମହାନଦୀରେ ଗୋଡ ଖସିଯାଇ କାଉଡ଼ିଆ ମୃତ୍ଯୁ ହୋଇଥିବା ଜଣା ପଡିଛି । ମୃତକ ଜଣଙ୍କ ବଅଁରପାଳ ଥାନା ଜୁରାଗାଡ଼ିଆ ଗାଁର ଶ୍ରୀକାନ୍ତ ସାହୁଙ୍କ ପୁଅ ସରଜୁ ସାହୁ ବୋଲି ସୁଚନା ମିଲିଛି । ମିଳିଥିବା ସୂଚନା ମୁତାବକ ଜୁରାଗାଡ଼ିଆ ଗ୍ରାମର ସରଜୁ ସାହୁ (୨୫) ଦେଉଳଝରୀରେ ଜଳଲାଗି କରି ବିନିକେୟୀ ପୀଠରେ ଖାଇସାରି ହାତ ଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ମହାନଦୀ ପାଣିରେ ବୁଡି ଯାଇଥିଲେ l ସ୍ଥାନୀୟ ଲୋକଙ୍କ ଚେଷ୍ଟା ରେ ତାଙ୍କୁ ଗଭୀର ପାଣିରୁ ଉଦ୍ଧାର କରାଯାଇଥିଲା l ତାଙ୍କୁ ତୁରନ୍ତ ଆଠମଲ୍ଲିକ ଡାକ୍ତରଖାନା ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l Advertisement
୧ ତାରିଖ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିବ ବିଜେଡି ଅନୁଗୁଳ – ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓଲ୍ହାଇବ ବିଜେଡି । ମୁଖ୍ୟତଃ ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମ୍ ସି ଏଲ ବିସ୍ଥାପନ ନେଇ…
ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ଭୁବନେଶ୍ଵର-ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ…
କ୍ୱାକଙ୍କ ଚିକିତ୍ସାରେ ଯୁବକ ମୃତ୍ୟୁ – ଘଟଣାକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବନ୍ତୁଲ ଗାଁରେ ସ୍ଥାନୀୟ ଜଣେ କ୍ୱାକଙ୍କ ଚିକିତ୍ସାରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।…