ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ

ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ

ଛେଣ୍ଡିପଦା – ଭୋରରୁ ଉଠିଲେ ନାହିଁ , କି ପାଠ ପଢିଲେ ନାହିଁ । ଏଥିପାଇଁ ରାଗିଗଲେ କୋଚିଂ ସେଣ୍ଟରର ମାଲିକ । ଆଉ ଛାତ୍ରଙ୍କୁ ଜଣ ଜଣ କରି ନିର୍ଧୁମ ମାଡ଼ ମାରିଲେ । ଏହି ମାଡ଼ ମାରିବାର ଭିଡ଼ିଓ ଗଣମାଧ୍ୟମରେ ଆସିବା ପରେ ଚାଇଲଡ଼ ଲାଇନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହା ସହ ଅନୁଷ୍ଠାନ ନାମରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ସୁଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ଠାରେ ଥିବା ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟିଉସନ ସେଣ୍ଟରରେ ଛାତ୍ର ମାନଙ୍କୁ ନିର୍ଯ୍ୟାତନା ଦିଆ ଯାଇଛି । ଛାତ୍ର ମାନଙ୍କ କହିବା କଥା ପାଠ ପଢିବା ସହ ସେମାନେ ହଷ୍ଟେଲରେ ରୁହନ୍ତି । ଏବେ ସରିଥିବା ପରୀକ୍ଷାରେ ସେମାନଙ୍କ ରେଜଲ୍ଟ ଖରାପ ହୋଇଥିଲା । ଏହା ସହ ଛାତ୍ରଙ୍କୁ ଭୋର ୩ ଟାରୁ ଉଠି ପାଠ ପଢିବାକୁ ପଡେ । ତେବେ ୨୪ ତାରିଖ ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ମାଲିକ ଭବାନୀ ଶଙ୍କର ଦେହୁରୀ ଛାତ୍ର ମାନଙ୍କୁ ଜଣ ଜଣ କରି ବାଡ଼ିରେ ନିସ୍ତୁକ ମାଡ ମାରିଥିଲେ । ତେବେ ସରକାର ସବୁଠି ଦଣ୍ଡମୁକ୍ତ ଅଂଚଳ କରିଛନ୍ତି । ଏହା ସହ ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ ଅନୁଯାୟୀ ନାବାଳକ ଛାତ୍ର ମାନଙ୍କୁ ଦଣ୍ଡ ଦେବା ଅପରାଧ । ଏପରି ସ୍ଥଳେ ଛାତ୍ର ମାନଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣା ନିହାତି ନିନ୍ଦନୀୟ । ଛାତ୍ରଙ୍କୁ ମାଡ ମାରିବାର ଏହି ଭିଡ଼ିଓ ଭାଇରାଲ ଓ ଗଣମାଧ୍ୟମରେ ଆସିବା ପରେ ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ । ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କ ନିର୍ଦେଶରେ ଚାଇଲଡ଼ ଲାଇନ ଓ ଶିଶୁ ମଙ୍ଗଳ ବିଭାଗ ଘଟଣାର ତଦନ୍ତ କରିଛି । ଚାଇଲଡ଼ ଲାଇନ ପକ୍ଷରୁ ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଏହା ସହ ଚାଇଲଡ଼ ଲାଇନ ଓ ପୁଲିସ ଶିକ୍ଷାନୁଷ୍ଠାନରେ ପହଞ୍ଚି ମାଡ଼ ଖାଇଥିବା ଛାତ୍ର ମାନଙ୍କୁ ପଚରାଉଚରା କରିଛି । ମାଡ଼ ମାରିଥିବା କଥାକୁ ଛାତ୍ର ଓ ଅନୁଷ୍ଠାନର କର୍ମକର୍ତ୍ତା ସ୍ୱୀକାର କରିଛନ୍ତି  । ଚାଇଲଡ ଲାଇନ ସଦସ୍ଯ ଛାତ୍ର ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ବୟାନ ରେକର୍ଡ କରିଛନ୍ତି । ଯେଉଁଥିରେ ମାଡ ହୋଇଥିବା ଘଟଣା ସ୍ପଷ୍ଟ ହୋଇଛି । ତେବେ ଅଧିକ ତଦନ୍ତ ଚାଲୁଥିବା ବେଳେ ତଦନ୍ତ ପରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା ।

 

What’s your Reaction?
+1
1
+1
0
+1
0
+1
0
+1
1
+1
0
+1
0

Leave a Reply