ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ – ତଦନ୍ତ ନିର୍ଦେଶ ଦେଲେ ଅଧ୍ୟକ୍ଷ

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ – ତଦନ୍ତ ନିର୍ଦେଶ ଦେଲେ ଅଧ୍ୟକ୍ଷ

ଅନୁଗୁଳ – ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ । କେବଳ ପ୍ରେମ ନିବେଦନ ଯେ ତା ନୁହେଁ , ଫୋନ୍‌ରେ ଅନେକ ଆପତ୍ତିଜନକ ମେସେଜ ପଠାଇଛନ୍ତି । ଶେଷରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା ଜଣା ପଡିଛି । ସୂଚନା ଅନୁସାରେ, ଅନୁଗୁଳ ସହରରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଶିକ୍ଷାନୁଷ୍ଠାନର ଜଣେ ଯୁବ ଅଧ୍ୟାପକ ଏକତରଫା ପ୍ରେମ କରୁଥିଲେ । ସେ ଛାତ୍ରୀଜଣଙ୍କୁ ମୋବାଇଲ୍‌ ଫୋନ୍‌ରେ ବିଭିନ୍ନ ସମୟରେ ମେସେଜ ଦେବା ସହ ଛାତ୍ରୀ ଜଣଙ୍କୁ ପ୍ରଭ‌ାବିତ କରିବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣଙ୍କ ମନା କଲେ ମଧ୍ଯ ଅଧ୍ଯାପକ ଜଣଙ୍କ ଛାତ୍ରୀଙ୍କ ପଛରେ ଲାଗି ରହିଥିଲେ । ତେବେ ଅଧ୍ୟାପକଙ୍କ ଏଭଳି ବ୍ଯବହାରରେ ଅତିଷ୍ଠ ହୋଇ ଯାଇଥିଲେ । ଶେଷରେ ବାଧ୍ୟ ହୋଇ ଛାତ୍ରୀଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । ଅଧ୍ୟକ୍ଷ ଏହା ଜାଣିବା ପରେ କଲେଜରେ ବୈଠକ ଡକାଇ ଆଲୋଚନା କରିଥିବା ଜଣା ପଡିଛି । ଏହ ସହ ଛାତ୍ରୀ ଜଣଙ୍କ କରିଥିବା ଅଭିଯୋଗର ସତ୍ଯତା ପାଇଁ ତଦନ୍ତ ନିର୍ଦେଶ ଦିଆଯାଇଛି । ତେବେ ଜଣେ ଅଧ୍ୟାପକ କଲେଜର ଜଣେ ଛାତ୍ରୀଙ୍କୁ ଏଭଳି ପ୍ରେମ ନିବେଦନ ଘଟଣା ଏବେ ସହରରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ।

 

What’s your Reaction?
+1
2
+1
1
+1
1
+1
0
+1
9
+1
1
+1
0

Leave a Reply