ଖେଳ ଓ ଖେଳାଳିଭଲ ଖବର ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ Angul OnlineAugust 30, 2023August 30, 2023 ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟର ଗୌରବ ବଢ଼ାଇଥିବାରୁ କୃତଜ୍ଞତା ଜଣାଇଥିଲେ । ମୁଖ୍ୟ ଉତ୍ସବ ଆରମ୍ଭ ପୂର୍ବରୁ ବିଗତ ବର୍ଷଗୁଡ଼ିକରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଥିବା ରାଜ୍ୟର ୩୮୮ ଖେଳାଳିଙ୍କୁ ମୋଟ ୨ କୋଟି ୨ ଲକ୍ଷ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ବିଗତ ଦିନରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଁ ଦେଶ ଓ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ପଂଚାୟତ ର କରଡାବାହାଳ ଗ୍ରାମର ନିରଞ୍ଜନ ମାଝୀଙ୍କ କନିଷ୍ଠ ପୁତ୍ର ସ୍ୱାଧୀନ ମାଝୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରା ଯାଇଥିଲା । ମଙ୍ଗଳବାର ସଂଧ୍ୟାରେ ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର୍ ଭିନିଲ କ୍ରିଷ୍ଣା ସ୍ଵାଗତ ଭାଷଣ ଦେବା ପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ବିକାଶରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍, ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର୍ ଅନୁ ଗର୍ଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । Advertisement
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ଚମ୍ପିୟାନ ଅନୁଗୁଳ – ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଦ୍ଵାରା ଆୟୋଜିତ ୧୦ମ ହେମସୁରପଡା କପ ଫୁଟବଲ କପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇ ଯାଇଛି…
ଅନୁଗୁଳରେ ହେବ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଅନୁଗୁଳ – ଅନୁଗୁଳର କ୍ରୀଡା ଅନୁଷ୍ଠାନ ବ୍ୟାଡ଼ମିଣ୍ଟନ କ୍ଲବ ଆନୁକୂଲ୍ୟରେ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅନୁଗୋଳ ଷ୍ଟାଡିଅମ ପରିସରରେ ଥିବା ବିଜୁ…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…