ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

.ଅନୁଗୁଳ – ଆଜି ସ୍ଥାନୀୟ ଅନୁଗୁଳ ସଭାଘର ଠାରେ ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ପୌରହିତ କରି ଅନୁଗୁଳ ବିଧାନସଭାର ବିଜେପି ନେତା ତଥା ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡିଶା ରାଜ୍ୟ ଓବିସିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଉତ୍ସବର ଶୁଭ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ସମସ୍ତ ବାପା,ମାଆ, ଭାଇ ଓ ଭଉଣୀମାନଙ୍କର ସୁଖ ଓ ସମୃଦ୍ଧିର କାମନା କରିବା ସହିତ ଅନୁଗୁଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ତାଙ୍କ ସୁଖ ଓ ଦୁଃଖ ସମୟରେ ସାଥିରେ ରହିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ସମସ୍ତ ଜନସାଧାରଣଙ୍କ ସୁଖମୟ ଜୀବନର କାମନା କରିଥିଲେ । ଏହି ଉତ୍ସବରେ ପୌରହିତ କରି ଶ୍ରୀଯୁକ୍ତ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ମାଆ, ଭାଇ ଓ ଭଉଣୀମାନଙ୍କୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନର ସଫଳ ଅବତରଣ ସହିତ ମହାକାଶରେ ଭାରତ ବୈଜ୍ଞାନିକଙ୍କ କୌଶଳ ଯୋଗୁଁ ଭାରତ ଆଜି ବିଶ୍ଵ ଦରବାରରେ ଶ୍ରେଷ୍ଠ ହୋଇପାରିଛି ବୋଲି କହିଥିଲେ । ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଭାରତ ବୈଜ୍ଞାନିକମାନଙ୍କୁ ଦେଇଥିବା ଉତ୍ସାହ ଓ ଉଦ୍ଦୀପନା ବିଷୟ ଉଲ୍ଲେଖ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ  ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏହି ସୁରକ୍ଷା ବନ୍ଧନ ଉତ୍ସବରେ ଅନୁଗୁଳ ଜିଲ୍ଲାର ମା’ ଓ ଭଉଣୀଙ୍କ ନିମନ୍ତେ ଭେଟି ଦେଇଥିବା ଉପହାରର ପ୍ରଧାନମନ୍ତ୍ରୀ ସେବା ଓ କଲ୍ୟାଣକାରି ଯୋଜନାର ବ୍ୟାଖ୍ୟା କରି କହିଥିଲେ ଯେ , ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଅନୁଗୋଳ ଜିଲ୍ଲାର ୨,୨୫,୬୪୯ ଜଣ ମା’ ଓ ଭଉଣୀଙ୍କୁ ଲକ୍ଷପତି ଦିଦିର ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଅନୁଗୁଳ ଜିଲ୍ଲାର ୧,୬୧,୦୦୦ ମା’ ଓ ଭଉଣୀଙ୍କ ଘରେ ଏଲପିଜି ଗ୍ୟାସର ସଂଯୋଗ ଯୋଜନା, ଅନୁଗୁଳ ଜିଲ୍ଲାର ମା’ ଓ ଭଉଣୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୬୧,୪୪୧, ପକ୍କା ଘର ଉପହାର, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ ଉଡାଇବା  ନିମନ୍ତେ ଶିକ୍ଷା ଓ ଋଣ ପ୍ରଦାନର ବ୍ୟବସ୍ଥା ଓ  ୧୩,୦୦୦/- କୋଟି ଟଙ୍କା ବ୍ୟୟ ବରାଦରେ ପି॰ ଏମ-ବିଶ୍ଵକର୍ମା ଯୋଜନାକୁ ମଞ୍ଜୁରୀ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ଅଭିଯାନ ମାତୃତ୍ଵ ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ପୋଷଣ ଯୋଜନା, ତିନି ତଲାକ ବିରୋଧୀ ଆଇନର ପ୍ରଣୟନ,ଅନୁଗୁଳ ଜିଲ୍ଲାରେ ୱାନ ଷ୍ଟପ ସେଣ୍ଟର ଖୋଲାଯିବା(ବେଟୀ ବଚାଓ ବେଟୀ ପଢାଓ) ଭଳି ଯୋଜନା ବିଷୟ ନିଜର ବ୍ୟକ୍ତବ୍ୟରେ ଉଲ୍ଲେଖ କରିଥିଲେ ।  ଶ୍ରୀଯୁକ୍ତ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଅନୁଗୂଳ ମାଟିର ସୁପୁତ୍ର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସବୁ କାର୍ଯ୍ୟକାରି ହେବାକୁ ଯାଉଛି । ଯାହା ଫଳରେ ଅନୁଗୁଳ ଜିଲ୍ଲାବାସୀ ଆଗାମୀ ଦିନରେ ନିଜର ଉନ୍ନତି ସଙ୍ଗେ ସଙ୍ଗେ ଜିଲ୍ଲାର ଉନ୍ନତି ମଧ୍ୟ ଦେଖିପାରିବେ । ଏହି ଉତ୍ସବରେ ଉପସ୍ଥିତ ଥିବା ଶତାଧିକ ମହିଳା ଶ୍ରୀଯୁକ୍ତ ପ୍ରଧାନଙ୍କୁ ରାକ୍ଷୀ ବାନ୍ଧି ତାଙ୍କର ମଙ୍ଗଳ କାମନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply