ଅପରାଧ ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ Angul OnlineAugust 31, 2023August 31, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର ସଞ୍ଜୟ ସ୍ୱାଇଁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସଞ୍ଜୟ ଗତକାଲି ଘରୁ ଏକ ସାଇକେଲରେ ତାଙ୍କ ଶଶୁର ଘରେ ହାତିଗଞ୍ଜ ଗାଁକୁ ବାହାରି ଆସିଥିଲେ । ତେବେ ସେ ନା ଶଶୁର ଘରେ ପହଞ୍ଚିଥିଲେ ନା ଘରକୁ ଆଉ ଫେରିଥିଲେ । ତେବେ ଆଜି ସକାଳୁ ତାଙ୍କ ମୃତଦେହ ହାତିଗଞ୍ଜ ବ୍ରିଜ ତଳେ ପଡିଥିବା ବେଳେ ତାଙ୍କ ସାଇକେଲ ମଧ୍ୟ ତାଙ୍କ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଥିବା ବେଳେ ଏହା ଏକ ଦୁର୍ଘଟଣା ବୋଲି ମଧ୍ୟ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ଖବର ପାଇ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…
୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ…
ଚୋରା କୋଇଲା ଚାଲାଣ ଅଭିଯୋଗରେ ଚାରି ଗିରଫ ଅନୁଗୋଳ – ଚୋରା କୋଇଲା ଚାଲାଣ ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…