ରାଜନୀତି କେନ୍ଦ୍ର ଅବହେଳା ନେଇ ଦୁଇ ଘଣ୍ଟା ରାଜପଥ ଅବରୋଧ କଲା ବିଜେଡି Angul OnlineSeptember 1, 2023September 1, 2023 ଅନୁଗୁଳ – ରାଜସ୍ୱ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାରୁ କେନ୍ଦ୍ର ବିପୁଳ ଲାଭ କରୁଛି । କିନ୍ତୁ ସବୁବେଳେ ଜିଲ୍ଲାକୁ ଅବହେଳା କରି ଆସୁଛି । ମୁଖ୍ୟତଃ ଜିଲ୍ଲା ଦେଇ ଯାଇଥିବା ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଯୋଗୁଁ ଧନ ଜୀବନ ହାନି ହେଉଛି । ଅନ୍ୟ ପଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏମ୍ ସି ଏଲ ଜିଲ୍ଲାବାସୀଙ୍କୁ ପ୍ରତାରଣା କରୁଛି । ଯାହାର ପ୍ରତିବାଦରେ ଆଜି ବିଜେଡି ରାଜରାସ୍ତାକୁ ଓଲ୍ହାଇଥିଲା । ଜାତୀୟ ରାଜପଥ ଗୁଡିକର ଦୁରବସ୍ଥା ଓ ଏମ୍ ସି ଏଲ ବିସ୍ଥାପନ ନେଇ କରୁଥିବା ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲା ବିଜେଡି ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଥିଲା । ବିଜେଡିର କହିବା କଥା ଗତ କିଛି ବର୍ଷ ହେଲା ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏପଟେ ଏମ୍ ସି ଏଲ ଅନୁଗୁଳ ଜିଲ୍ଲାର ଜମିହରା ପ୍ରଜା ମାନଙ୍କୁ ଦୁଃଖ କଷ୍ଟ ଦେଇ ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ଥଇଥାନ ନେଇ ରହିଥିବା ୨୦୦୬ ପଲିସି ହେଉ କି ୨୦୧୩ ପଲିସିକୁ ସମାଧାନ କରୁ ନାହାନ୍ତି । ଯାହା ଫଳରେ ଜମି ହରା ପ୍ରଜା ମାନେ କଷ୍ଟରେ ଅଛନ୍ତି । ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ସେମାନଙ୍କୁ ଥଇଥାନ କରା ଯାଉ ନାହିଁ । ଏମ୍ ସି ଏଲ କେବେ ହେଲେ ଆଖିଦୃଶିଆ ସି ଏସ୍ ଆର କାମ କରୁ ନାହିଁ । ତାଳଚେର ଅଂଚଳରେ ପ୍ରଦୂଷଣ ବୃଦ୍ଧି ଯୋଗୁଁ ହାର୍ଟ , କିଡନୀ , କ୍ୟାନସର ଭଳି ମାରାତ୍ମକ ରୋଗରେ ପଡୁଛନ୍ତି । ହେଲେ ଏ ନେଇ କୌଣସି ପ୍ରକାର ଦୃଷ୍ଟି ଦେଉ ନାହିଁ ଏମ୍ ସି ଏଲ । ଏଥିପାଇଁ ଜିଲ୍ଲା ବିଜେଡି ଏମ୍ ସି ଏଲ ଓ ଜାତୀୟ ରାଜପଥ ବିଭାଗକୁ ଚେତାବନୀ ଦେବାପାଇଁ ପିଟିସି ଛକ ଠାରେ ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଥିଲା । ସକାଳ ୮ ରୁ ୧୦ ଯାଏ ଅନୁଗୁଳ ସହର ପିଟିସି ଛକ ଠାରେ ଆନ୍ଦୋଳନ କରିଥିଲା ବିଜେଡି । ଦୀର୍ଘ ୩୦ ବର୍ଷ ହେଲାଣି ଏମ୍ ସି ଏଲ ତାଳଚେରରେ କୋଇଲା ଖୋଳି ଲାଭବାନ ହେଲାଣି । ଏହି ରାଜପଥ ଗୁଡିକ ଉପରେ ଏମ୍ ସି ଏଲ ର ହଜାର ହଜାର ଗାଡି ଚଳାଚଳ କରୁଛି । ହେଲେ ଏମ୍ ସି ଏଲ ତାଳଚେର ହେଉ କି ଅନୁଗୁଳବାସୀଙ୍କ ସମସ୍ୟା ଦୂର କରୁ ନାହିଁ । ଯାହାକି ଜିଲ୍ଲାବାସୀଙ୍କ ପାଇଁ କୁଠାରଘାତ । ଏହି ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ୱ କେନ୍ଦ୍ର ନେଉଛି । ହେଲେ କେନ୍ଦ୍ର ଜିଲ୍ଲାକୁ ସବୁବେଳେ ବୈମାତୃକ ମନୋଭାବ ରଖୁଛି । ଏହି ଜିଲ୍ଲାର ତାଳଚେର ମାଟିରୁ ଯାଇ କେନ୍ଦ୍ରରେ ଦୀର୍ଘବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ହୋଇ ବସିଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜିଲ୍ଲାବାସୀଙ୍କୁ ଅବହେଳା କରୁଛନ୍ତି । ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ବ ଧରି ଜାତୀୟ ରାଜପଥ ଗୁଡିକ ମରାମତି କରାଇ ପାରୁ ନାହାନ୍ତି । ହେଲେ କେନ୍ଦ୍ର ସରକାର ଆଜିର ଆନ୍ଦୋଳନ ପରେ ଏହି ଦୁଇ ପ୍ରମୁଖ ଦାବି ପାଇଁ ଆଗେଇ ନ ଆସନ୍ତି ତେବେ ଭବିଷ୍ୟତରେ ଯାହା କ୍ଷୟକ୍ଷତି ହେବେ ସେଥିପାଇଁ କେନ୍ଦ୍ର ହିଁ ଦାୟୀ ରହିବେ ବୋଲି ଚେତାବନୀ ଦିଆ ଯାଇଛି । ଆଜିର ଏହି ଆନ୍ଦୋଳନ ବେଳେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ , ପାଲଲହଡା ବିଧାୟକ ମୁକେଶ ପାଳ , ଯୁବ ନେତା ଅରୁଣାଭ ସିଂହ , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ସହ ଶତାଧିକ ବିଜୁ ଜନତା ଦଳର ମହିଳା , ପୁରୁଷ , ଯୁବ ଓ ଛାତ୍ର କର୍ମୀ ଯୋଗ ଦେଇଥିଲେ । Advertisement
ବିଜେଡି ର ମିଶ୍ରଣ ପର୍ବ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛେଣ୍ଡିପଦା -(AO)- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଡହିଁସର ପଞ୍ଚାୟତର ମା ଖୁମ୍ବେଶ୍ବରୀ ପିଠଠାରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ…
ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…