Uncategorized ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ Angul OnlineSeptember 2, 2023September 2, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ହେଲେ ସନ୍ଥପଡା ଗ୍ରାମର ଗୋବର୍ଦ୍ଧନ ସାମଲ । ସୂଚନା ଅନୁଯାୟୀ ଗୋବର୍ଦ୍ଧନ ତାଙ୍କ କୁକୁଡ଼ା ଦୋକାନରୁ ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳ ରେ ହିଁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟ୍ରକ୍ ଚାଳକ କୁ ସ୍ଥାନୀୟ ଲୋକେ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ତାଳଚେର ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ମାଛ ଜାଲରେ ପଡିଲା ଅଜଗର ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା…
ହାତ ଗୋଡ ବନ୍ଧା ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହାତ ଗୋଡ଼…
ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା ଅନୁଗୁଳ – ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ନରୁ ୯ ତାରିଖ…