ଭଲ ଖବର ଭିନ୍ନ ଢଙ୍ଗରେ ଗୁରୁ ଦିବସ ପାଳନ କଲେ ସରପଞ୍ଚ Angul OnlineSeptember 5, 2023September 5, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଏକ ଭିନ୍ନ ଢଙ୍ଗରେ ମଙ୍ଗଳବାର ଗୁରୁ ଦିବସ ପାଳନ କରିଛନ୍ତି । ଯୁବ ସରପଞ୍ଚ ଅମରେଶ ନାଥ ଗୁରୁ ଦିବସ ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ପଞ୍ଚାୟତରେ ଥିବା ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯେ କେବଳ ଯୋଗ ଦେଇଥିଲେ ତା ନୁହେଁ , ପଞ୍ଚାୟତର ପ୍ରତ୍ୟେକ ଗାଁରେ ଥିବା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିମନ୍ତ୍ରିତ କରି ଗୁରୁପୂଜନ କରିଥିଲେ । ପ୍ରବେଶ ଦ୍ୱାରରେ ସମସ୍ତ ଗୁରୁଙ୍କ ପାଦ ଧୋଇ ସ୍ୱାଗତ କରାଯାଇଥିଲା । ପରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା ପରେ ଯୋଗ ଦେଇଥିବା ସମସ୍ତ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ଧୂପ ଚନ୍ଦନ ଦେଇ ପୂଜା କରା ଯାଇଥିଲା । ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରପଞ୍ଚଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 75ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁଁ ସରପଞ୍ଚ ଅମରେଶଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଶ୍ରୀବତ୍ସ ମହାପାତ୍ର , ଦିଲୀପ କୁମାର ପ୍ରଧାନ, ଦୟାନିଧି ବେହେରା, ପ୍ରଶାନ୍ତ ପ୍ରଧାନ, ରାକେଶ ନାଥ, ରଞ୍ଜନ ପ୍ରଧାନ, ପୀତବାସ ବିଶ୍ୱାଳ, ଲଷ୍ମୀଧର ସାହୁ, ସୋମନାଥ ବିଶ୍ୱାଳ, କାବୁ ଗଡ଼ନାୟକ, ବୈଷ୍ଣବ ବେହେରା ଆଦି ଯୋଗ ଦେଇଥିଲେ । Advertisement
ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ ଅନୁଗୁଳ – ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ସ୍ଥାନୀୟ ଜିନ୍ଦଲ ନଗରସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ତାହାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଅଛି । ଯାହା ବିଶ୍ଵର…
ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲାରେ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି । ଦିନକୁ ଦିନ ମହିଳା ମାନେ ଲୁଟ,…
ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଭେଣ୍ଟିଲେଟର ଓ ବାଇପାପ ମେସିନ ପ୍ରଦାନ ଅନୁଗୁଳ – ସମ୍ପ୍ରତି ସାରା ଦେଶରେ କୋଭିଡ ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ । କରୋନାର ଭୟାବହତାକୁ…