ଆଞ୍ଚଳିକ ପିଟିସିର ୮୬ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ କଲେ ପୁଲିସ Angul OnlineSeptember 9, 2023September 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଟ୍ରେନିଂ କଲେଜ ନିର୍ମାଣ ହେବାର ୮୬ ବର୍ଷ ପୂର୍ତ୍ତି ହୋଇଛି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ଏହି କଲେଜ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ଅନେକ ପୁଲିସଙ୍କୁ ତାଲିମ ଦେଇଛି । ଏହି କଲେଜର ୮୬ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଯେଉଁଥିରେ ତାଲିମ ନେଉଥିବା ପୁଲିସ ମାନେ ରକ୍ତଦାନ କରିଥିଲେ । ରକ୍ତ ବର୍ତ୍ତମାନ ଦିନରେ ଅନେକଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଛି । ଏହା ସହ ପୁଲିସ ଉପରେ ସାଧାରଣ ଲୋକ ମାନଙ୍କ ଭରଷା ଓ ବିଶ୍ୱାସ ରହିବା ଆବଶ୍ୟକ ବୋଲି ଏଭଳି ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ବୋଲି ଆଇଜି ତଥା ପିଟିସିର ପ୍ରିନିସିପାଲ ଜୟ ନାରାୟଣ ପଙ୍କଜ କହିଛନ୍ତି । ଏହି ରକ୍ତଦାନ ଶିବିରରେ ପ୍ରାୟ ୨୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । Advertisement
ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ – କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ ସୂଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଗସ୍ତରେ ଆସିଛନ୍ତି । ଅପରାହ୍ନରେ ସେ ଅନୁଗୁଳ ପହଞ୍ଚି…
ଗଣପତି ପୂଜା କମିଟି (ଖ) ର ନିଆରା ପ୍ରୟାସ – କୋଭିଡ ଟୀକା କରଣର ସ୍ବତନ୍ତ୍ର ଶିବିର ତାଳଚେର – ତାଳଚେର ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ହାଟତୋଟାସ୍ଥିତ…
ରାଷ୍ଟ୍ରୀୟ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଆସନ୍ତା ୨ ତାରିଖ ଚୈତ୍ରଶୁକ୍ଳ ପ୍ରତିପଦା ଦିନ ଭାରତୀୟ(ରାଷ୍ଟ୍ରୀୟ)ନବବର୍ଷ ପାଳିବାକୁ ଯାଉଛି । ପୂର୍ବାହ୍ନ ୫ ଘଟିକା…