ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ ଗ୍ରାହକ ସେବା କେନ୍ଦ୍ରର ମାଲିକ ବିଜୟ ସାହୁ ଗୁରୁତର ହୋଇଛନ୍ତି । ସୁଚନା ଅନୁସାରେ ଝିଣ୍ଟିପାଳ ଗାଁର ବିଜୟ ସାହୁଙ୍କର କୋଶଳା ବଜାରରେ ଏସ ବି ଆଇ ର ଏକ ଗ୍ରାହକ ସେବା କେନ୍ଦ୍ର ରହିଛି । ଆଜି ରାତି ପ୍ରାୟ ୯ ଟା ବେଳେ ବିଜୟ ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ନିଜ ମୋଟରସାଇକେଲରେ ଘରକୁ ବାହାରି ଥିଲେ । ତେବେ ସେ ସେବା କେନ୍ଦ୍ର ଠାରୁ ମାତ୍ର କିଛି ଦୁର ଯାଇଥିବା ବେଳେ ହାଠାତ ତିନି ଜଣ ଯୁବକ ମୋଟରସାଇକେଲରେ ଆସି ବିଜୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ବିଜୟ ମୋଟରସାଇକେଲରୁ ପଡିଯିବା ପରେ ଦୁର୍ବ୍ରୁତ୍ତ ମାନେ ବିଜୟଙ୍କ ନିକଟରେ ଥିବା ୨ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ବିଜୟ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କୋଶଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାର ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1