ଅପରାଧ ୫ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ସହ ୪ ଗିରଫ Angul OnlineSeptember 17, 2023September 17, 2023 ଅନୁଗୁଳ – ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ । ଏହାକୁ ଆଖି ଆଗରେ ରଖି ଅନୁଗୁଳ ପୁଲିସ ଆରମ୍ଭ କରି ଦେଇଛି ନିଶା ବେପାରୀଙ୍କ ଉପରେ ଚଢ଼ାଉ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଆଜି ତାଳଚେର ଓ କୋଳିୟାରୀ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ୪୯.୫ ଗ୍ରାମ ବ୍ରାଉନସୁଗାର ଜବତ ମଧ୍ୟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ଏହି ୪ ଅଭିଯୁକ୍ତ ବ୍ରାଉନସୁଗାର ବେପାରୀ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇଜଣ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ହୋଇଥିବା ଜଣାପଡିଛି । Advertisement
୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ।…
ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ…
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…