ଅପରାଧ ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ Angul OnlineSeptember 21, 2023September 21, 2023 ତାଳଚେର(ଅନୁଗୁଳ ଅନଲାଇନ୍)-୨୧/୦୯ – ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ ରବୀନ୍ଦ୍ର କୁମାର ଦାସ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ ୨୦୨୧ ମସିହାରେ କୋଳିୟାରୀ ଥାନା ଅନ୍ତର୍ଗତ ଏକ କଲୋନୀରେ ଜଣେ ମହିଳା ଘରେ ଏକୁଟିଆ ଥିଲେ । ସ୍ୱାମୀ ଓ ପୁଅ ବାହାରେ ଥିବାର ସୁଯୋଗ ନେଇ ଅଭିଯୁକ୍ତ ସୁନୀଲ ପ୍ରଧାନ ଘରେ ପଶି ପିଡିତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ ନେଇ ପିଡିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୮/୨୧ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଗୁରୁବାର ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ରବୀନ୍ଦ୍ର କୁମାର ଦାସ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୩୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାରୀ ଓକିଲ ଜ୍ୟୋତି ପ୍ରକାଶ ମହାପାତ୍ର(କ୍ୟାଡର) , ନିର୍ମଳ କୁମାର ତ୍ରିପାଠୀ ଓ ନରେଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ । Advertisement
ମନ୍ଦିର ହୁଣ୍ଡି ବୋହିନେଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ…
ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ…
ବ୍ରାଉନସୁଗାର ଜବତ – ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଗୁରୁବାର ୪୯ ନମ୍ବର ଜାତୀୟ ରାଜପଥରୁ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଆଉ ଏହି…