ମୁଖ୍ୟ ଖବର ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ Angul OnlineSeptember 22, 2023September 22, 2023 ଅନୁଗୁଳ – ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନ ଦେଇ ବାରମ୍ବାର ଦୌଡ଼ିବା ସତ୍ୱେ ତାଙ୍କ ବିଲ ପାସ ହେଉ ନଥିଲା । ବାଧ୍ୟ ହୋଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ବିଭାଗର ପ୍ଲାନ ଅନୁସାରେ ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯଦୁମଣି ମାଝୀକୁ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ଟଙ୍କା ଜବତ କରା ଯାଇଥିବା ବେଳେ ତାଙ୍କ ଘରେ ମଧ୍ଯ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ସେଠାରୁ ବ୍ଯାଙ୍କ ସମ୍ବନ୍ଧୀୟ କାଗଜପତ୍ର ଓ କିଛି ଟଙ୍କା ଜବତ କରା ଯାଇଥିବା ସୁଚନା ମିଳିଛି । Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
କୁମ୍ଭୀର ପାଇଁ ଭୟରେ ଗ୍ରାମବାସୀ (ଭିଡିଓ) ତାଳଚେର – ନଦୀରେ କୁମ୍ଭୀର । ଗାଁରେ ଆତଙ୍କ । ଅନୁଗୋଳ ଜିଲ୍ଲା ତାଳଚେର ସିରିଗିଡା ଗାଁ ଲୋକ ଏବେ ଭୟରେ । ଗାଁ ନିକଟରେ…
ବସ ଡ୍ରାଇଭରଙ୍କ ଦାଦାଗିରି – ଦମକଳକୁ ଅଟକାଇ ଗାଳି ଅନୁଗୁଳ – ଅନୁଗୁଳ ଜିଲ୍ଲା ବୁଢାପଙ୍କ ଫାଟକ ନିକଟରେ ଆଜି ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହି ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦବଙ୍ଗଗିରି ଦେଖିବାକୁ…