ଅନୁଗୁଳ – ଅନୁଗୁଳ ଜିଲ୍ଲାର ହାତୀ ଉପଦ୍ରବ୍ୟ ଓ ବୃକ୍ଷ ରୋପଣ ନେଇ ରାଜ୍ୟ ପଞ୍ଚାୟତିରାଜ , ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଆମାନ୍ତ ସମୀକ୍ଷା କରିଛନ୍ତି । ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ , ବନ ବିଭାଗ ବରିଷ୍ଠ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ ଅଧ୍ୟକ୍ଷତା କରି ଅନୁଗୁଳ ଜିଲ୍ଲାରେ ଗତ ଅପ୍ରେଲ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ହାତୀ ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ କେବଳ ବନ୍ତଳା ରେଞ୍ଜ ଅଞ୍ଚଳରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଏହି ହାତୀ ମଣିଷ ଲଢେଇକୁ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ସମୀକ୍ଷା ପରେ ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇ ସବୁଠାରୁ ଅଧିକ ଉଦବେଗ ପ୍ରକାଶ କରିଛି । ଏଥିପାଇଁ ଦୀର୍ଘ ୪୧ କିମି ବ୍ୟାପି ସୋଲାର ବିଦ୍ୟୁତ ବାଡ଼ ର ବ୍ୟବସ୍ଥା କରାଯାଇଛି । ଆଉ ଯେଉଁ ଗାଁ ଗୁଡିକରେ ହାତୀ ଉପଦ୍ରବ କରୁଛି ସେହି ସବୁ ଗାଁରେ ହାଇମାକ୍ସ ଲାଇଟର ବ୍ୟବସ୍ଥା କରା ଯାଉଛି । ଆଉ ପାହାଡ଼ ତଳି ଅଞ୍ଚଳରେ ୨୧ କିମି ବ୍ୟାପି ଟ୍ରେଞ୍ଜ ଖୋଲା ଯାଉଛି । ଯାହା ଫଳରେ ବନ୍ୟଜନ୍ତୁ ଦାଉକୁ ପ୍ରତିହତ କରା ଯାଇ ପାରିବ ବୋଲି ମନ୍ତ୍ରୀ ପ୍ରଦୀପ ଆମାନ୍ତ କହିଛନ୍ତି । ଏହା ସତ୍ୱେ ମଧ୍ୟ ଯେଉଁଠି ହାତୀ ଉପଦ୍ରବ ଯୋଗୁଁ ଘର ଭାଙ୍ଗିଲେ ବିଜୁ ପକ୍କା ଘର ଯୋଜନା ରେ ଘର ଯୋଗାଇ ଦିଆଯିବ । ଏହା ସହ ଫସଲ ହାନି ହେଉ କିମ୍ବା ହାତୀ ଯୋଗୁଁ ମୃତ୍ୟୁ ହେଲେ ଅଧିକ ଅନୁକମ୍ପା ରାଶି ଦେବାକୁ ଚେଷ୍ଟା କର ଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଅନୁଗୁଳ ଜିଲ୍ଲାର ଏ ନେଇ ଦ୍ରୁତ ଗତିରେ କାର୍ଯ୍ୟକ୍ରମ ଚାଲିଛି , ଖୁବ ଶୀଘ୍ର ଏହା ସରିଯିବ ଏବଂ ହାତୀ ଦାଉରୁ ରକ୍ଷା ମିଳି ପାରିବ ବୋଲି ସମୀକ୍ଷା କରିବା ପରେ ମନ୍ତ୍ରୀ କହିଛନ୍ତି । ଏହା ସହ ଜିଲ୍ଲାର ବିଭିନ୍ନ ଜାଗାରେ ରହିଥିବା ଖାଲି ସ୍ଥାନରେ ବୃକ୍ଷ ରୋପଣ କରାଯିବାକୁ ଚେଷ୍ଟା କରାଯାଉଛି । ମୁଖ୍ୟତଃ ସହର ଓ ଏହାର ଉପକଣ୍ଠରେ ପଡିଆ ପଡିଥିବା ଜାଗା ଗୁଡିକୁ ପ୍ରଶାସନ ମାଧ୍ୟମରେ ବନ ବିଭାଗକୁ ହସ୍ତାନ୍ତର କରାଯିବ । ଜାଗା ଯୋଗାଇ ଦେବାପରେ ଅରବାନ ପ୍ଲାଣ୍ଟେସନ କରାଯିବ । ଯାହାକି ଅନ୍ୟ ସ୍ଥାନରେ ସଫଳ ହୋଇ ପାରିଛି ବୋଲି ମନ୍ତ୍ରୀ ପ୍ରଦୀପ ଆମାନ୍ତ କହିଛନ୍ତି ।
What’s your Reaction?
+1
+1
+1
+1
+1
2
+1
+1