ଅନୁଗୁଳ – ୨୦୧୪ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଜଣେ ଅବସରପ୍ରାପ୍ତ ଭି ଏଲ ଡବ୍ଲୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବସ୍ତ୍ୟ ହେବା ପରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ କଣିହାଁ ବ୍ଲକ ହରିହାରପୁର ଗାଁର ସର୍ବେଶ୍ୱର ପାଣି ୨୦୧୪ ମସିହାରେ ତାଳଚେର ବ୍ଲକରେ କାର୍ଯ୍ୟରତ ଥିଲେ । ସେତେବେଳେ ସେ ଇନ୍ଦିରା ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଠାରୁ ତୃତୀୟ କିସ୍ତି ବିଲ ପାସ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଅନୁଗୁଳ ସ୍ପେସିଆଲ ଜଜ ଭିଜିଲାନ୍ସ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ତାଙ୍କ ପେନସନ ବନ୍ଦ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅନୁଗୁଳ ଭିଜିଲାନ୍ସ କୋର୍ଟର ସ୍ପେସିଆଲ ପି ପି ଦିଲୀପ କୁମାର ମହାନ୍ତି ମାମଲାର ପରିଚାଳନା କରିଥିଲେ ।
What’s your Reaction?
+1
+1
1
+1
+1
+1
+1
+1
1