ମୁଖ୍ୟ ଖବର ଦୂର୍ଘଟଣାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ଯୁ Angul OnlineOctober 1, 2023October 1, 2023 ତାଳଚେର -ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ବଲାଙ୍ଗୀ ଗ୍ରାମର ଅଙ୍ଗନୱାଡି କର୍ମୀ ଅନଙ୍ଗମଞ୍ଜରୀ ସିଂଙ୍କର ରବିବାର ଏକ ସଡକ ଦୁର୍ଘଟଣା ମୃତ୍ଯୁ ହୋଇଛି । ତାଙ୍କ ମୃତ୍ଯୁ ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖା ଦେଇଛି । ସୂଚନା ଅନୁସାରେ , ହରିହରପୁର ପଞ୍ଚାୟତର ସ୍ଵଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମକୁ ଅଙ୍ଗନୱାଡି କର୍ମୀ ଅନଙ୍ଗମଞ୍ଜରୀ ଯାଇଥିଲେ । କାର୍ଯ୍ୟକ୍ରମ ସାରି ଏକ ମୋଟରସାଇକେଲରେ ଫେରୁଥିବା ବେଳେ ୧୫୩ନଂ ରାଜପଥ ଖାଲଖମା ଯୋଗୁଁ ଯଦୁନାଥ ଗ୍ରାମ ମର୍ଦଙ୍ଗାମୁଣ୍ଡା ଠାରେ ସେ ମୋଟରସାଇକେଲରୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ ପଛରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । Advertisement
ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ ଅନୁଗୁଳ – ଆବାସ ଯୋଜନାରେ ନାଁ କଟିବା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ । ଆଉ ଏଥିପାଇଁ ଗାଁର ମହିଳା ଏକାଠି ହୋଇ ସରପଞ୍ଚ ଏବଂ…
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ।…