ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର ପାଇବା ଲୋଭରେ ସାଇବର ଠକଙ୍କ ହାବୁଡ଼ରେ ପଡି ପ୍ରାୟ ଏକ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ଅନୁସାରେ ରାଜସ୍ଥାନର ଅନିମେଶ ଶର୍ମା ଜଣେ ବ୍ୟକ୍ତି ଅନୁଗୁଳର ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ଗତ ୪ ତାରିଖରେ ତାଙ୍କୁ ଦୁଇଟି ଅନଲାଇନ ଶପିଂ ସଂସ୍ଥାରୁ ଉପହାର ଆସିଛି ବୋଲି ଏକ ଫୋନ କଲ ଆସିଥିଲା । ତେବେ ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି ଫୋନ କରିଥିବା ବ୍ୟକ୍ତି କହିଥିଲା । ଅନିମେଶ ୫ ହଜାର ଟଙ୍କା ଦେଇ ଦେଇଥିଲେ । ତେବେ ପରେ ପୁଣି ଆଉ କିଛି ଟଙ୍କା ଦେବାକୁ ପଡିବ କହିବାରୁ ଅନିମେଶ ୧୨ ହଜାର ୯୯୯ ଲେଖାଏଁ ଦୁଇ ଥର ଟଙ୍କା ପଠାଇଥିଲେ । ତେବେ ଉପହାର ଆସିବାରୁ ବିଳମ୍ବ ହେବାରୁ ଅନିମେଶ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗୁଗୁଲ ପେ’ରେ ୬୯୯୮୬.୧୦ କୋଡ଼ ମାରିବାକୁ କହିବାରୁ ଅନିମେଶ କୋଡ଼ ଭାବି ଦେଇ ଦେବାରୁ ଏହି ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଗଲା । ଏହିଭଳି ଭାବରେ ସମୁଦାୟ ୯୯ ହଜାର ୭୪୦ ଟଙ୍କା ହରାଇବା ପରେ ଅନିମେଶ ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାର ଆଶ୍ରୟ ନେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
1
+1
+1