ଅପରାଧ ଦୋକାନୀଙ୍କୁ ଧମକାଇ ଲୁଟେରା ଲୁଟିନେଲେ ୭୦ ହଜାର ଟଙ୍କା Angul OnlineOctober 10, 2023October 10, 2023 ଅନୁଗୁଳ – କିଛି ଦିନ ତଳେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୁଟ କରୁଥିବା ଏକ ଲୁଟେରା ଗ୍ଯାଙ୍ଗକୁ ଅନୁଗୁଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କିଛିଦିଅନର ନିରବତା ପରେ ପୁଣି ଜିଲ୍ଲରେ ମାତିଛନ୍ତି ଲୁଟେରା । ମଙ୍ଗଳବାର ଦିନ ଦ୍ବିପହରରେ ଜଣେ ବ୍ୟବସାୟୀଙ୍କୁ ଧମକାଇ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ବନ୍ତଳା ଥାନା ବସଲା ଗାଁରେ ଆଜି ଦିନ ୨ଟା ବେଳେ ଏଭଳି ଲୁଟ୍ପାଟ୍ ହୋଇଛି । ସୂଚନା ଅନୁସାରେ, ବସଲା ଗାଁ ମୁଣ୍ଡରେ ବିନୋଦ ଦ୍ବିବେଦୀ ଏକ ଦୋକାନ କରିଥିଲାବେଳେ ୨ଟା ବେଳକୁ ଏକ କଳା ବୁଲେଟ୍ରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । କିଛି ସାମଗ୍ରୀ ମାଗିବା ବାହାନାରେ ସେମାନେ ଦୋକାନରେ ଥିବା ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ବିନୋଦ ବିରୋଧ କରିବାରୁ ତାଙ୍କୁ ଧମକାଇ ସେମାନେ ଫେରାର୍ ହୋଇଯାଇଥିଲେ । ଏନେଇ ସେ ବନ୍ତଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍ଭିନ୍ କରୁଛି । Advertisement
ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ…
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ନକଲି ମଦ ଠିପି ଓ ଲେବଲ ଜବତ ଘଟଣା – ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ସହର ଉପଖଣ୍ଡ ରାଣିଗୁଡାରୁ ଗତ ଫେବ୍ରୁଆରି ମାସ ୫ ତାରିଖ ଦିନ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଅନୁଗୁଳ ଅବକାରୀ ମିଳିତ ଚଢାଉ…