ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି (ଟୋକନ) ବ୍ୟବସ୍ଥାର ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । କ୍ଙ୍ଗ୍ରେସା ପକ୍ଷରୁ କୁହା ଯାଇଛି ଯେ ଜିଲ୍ଲାର ଗଡ଼ତଳମୂଳ , ଦୁର୍ଗାପୁର ଆଦି ସ୍ଥାନରେ ବହୁ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ମାତ୍ର ସରକାରଙ୍କ ଟୋକନ ବ୍ୟବସ୍ଥା ପାଇଁ ମଣ୍ଡିରୁ ଧାନ ବିକ୍ରି ହୋଇ ପାରୁ ନାହିଁ । ଟୋକନ ଥାଇ ମଧ୍ୟ କିଛି ଚାଷୀ ଧାନ ବିକ୍ରି କରି ନପାରି ବସି ରହିଛନ୍ତି । ଅଚାନକ ଭାବେ ମଣ୍ଡି ବନ୍ଦ ହୋଇଯିବା କାରଣରୁ ଚାଷୀ ମାନେ ହତାସ ହୋଇ ପଡିବା ସହ ଚାଷ ସମୟରେ କରିଥିବା ଧାର କରଜ ସୁଝି ପାରୁ ନାହାନ୍ତି । ଏଣୁ ଏହାର ସମାଧାନ ସ୍ୱରୂପ ମଣ୍ଡି ପୁନଶ୍ଚ ଚଳାଇବାର ବ୍ୟବସ୍ଥା କରିବାକୁ ଦାବି କରା ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ରାଜ୍ୟ କଂଗ୍ରେସ କୃଷକ ସେଲ ଉପ ସଭାପତି ଅମି ସାହୁ, ଅନୁଗୁଳ କଂଗ୍ରେସ ନେତା ସୁଦିପ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
+1
+1