ସମସ୍ୟା ଗାଁ କୁ ଗାଁ ହାତୀ ଘଉଡାଇ ଜଙ୍ଗଲ ବିଭାଗ ଏବେ ଗୋପାଳ ସାଜିଛି – ସାମାଜିକ ସୁରକ୍ଷା ମଞ୍ଚ Angul OnlineOctober 14, 2023October 17, 2023 ଅନୁଗୁଳ – ହାତୀ ଯୋଗୁଁ ଅନୁଗୁଳବାସୀଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି । ଅନେକ ସମୟରେ ହାତୀ ପଲ ଜନ ବସତି ମୁହାଁ ହେଉଥିବା ବେଳେ ଦୁଇଟି ଦନ୍ତା ୩୦ ରୁ ଅଧିକ ଜୀବନ ନେଲେଣି । ମୁଖ୍ଯତଃ ବନ୍ତଳା ଅଞ୍ଚଳର ଲୋକେ ହାତୀ ଯୋଗୁଁ ଅତିଷ୍ଠ ହୋଇ ଗଲେଣି । ବନ ବିଭାଗ , ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ଯ କୌଣସି ସୁଫଳ ମିଳୁ ନାହିଁ । ବନ ବିଭାଗ ନିଦାବିଷ୍ଣୁ ସାଜିଛି । କେବଳ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ହାତୀ ଘଉଡାଇ ହାତୀ ଗୋପାଳ ସାଜିଛି ବୋଲି ମଞ୍ଚ କହିଛି । ଏଭଳି ଅଭିଯୋଗ ଆଣି ସାମାଜିକ ସୁରକ୍ଷା ମଞ୍ଚ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି । ବନ୍ତଳା ଅଞ୍ଚଳର ଲୋକଙ୍କ ଜୀବନ କଣ ପୋକ ମାଛି ବୋଲି ପ୍ରଶ୍ନ କରି ଆସନ୍ତା ୧୬ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣତାନ୍ତ୍ରୀକ ପଦ୍ଧତିରେ ଗଣ ଧାରଣା ଦେବାକୁ ମଞ୍ଚ ନିଷ୍ପତ୍ତି ନେଇଛି । ଅଞ୍ଚଳକୁ ଗଜମୁକ୍ତ କରିବା ସହ ହାତୀ ଯୋଗୁଁ କ୍ଷତି ସହୁଥିବା ଚାଷୀ ମାନଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ମଞ୍ଚ ଦାବି କରିଛି । ଏହା ସହ ମଣିଷ ଜୀବନର ମୂଲ୍ଯ ମାତ୍ର ୬ ଲକ୍ଷ ଟଙ୍କା ନୁହେଁ । ଏଣୁ ହାତୀ ଆକ୍ରମଣରେ ମୃତ୍ଯୁ ହେଲେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦେବାକୁ ଦାବି କରା ଯାଇଛି । ଯଦି ଏ ସବୁ ଦାବି ପୁରଣ ନ ହୁଏ ତେବେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ମଞ୍ଚ ଚେତବନୀ ଦେଇଛି । ଏ ନେଇ ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ ସୁଚନା ଦିଆ ଯାଇଛି । ଆଜିର ସମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ପଣ୍ଡିତ ମହେଶ ସାହୁ , ଉପଦେଷ୍ଟା ନିରଂଜନ ଦେହୁରୀ , କାର୍ଯ୍ଯକାରୀ ସଭପତି ତପନ ଦେହୁରୀ , ଲକ୍ଷ୍ମଣ ସାହୁ , ଦୁର୍ଗା ଚରଣ ପ୍ରଧାନ ଆଦି ଉପସ୍ଥିତ ଥିଲେ । Advertisement
ବିଟ ହାଉସକୁ ଭରସା ଦଦରା ଜିପ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡ଼ିଆର ଥିବା ବିଟ ହାଉସରେ ଭଲ ଗାଡି ଖଣ୍ଡିଏ ନାହିଁ । ଏକ ବହୁ ପୁରୁଣା ଭଙ୍ଗରା…
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ ବଞ୍ଚିତ ଅନେକ ସାମ୍ବାଦିକ – ତୁରନ୍ତ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବି ତାଳଚେର – କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡ଼ରୁ ବଞ୍ଚିତ ହୋଇଥିବାରୁ ସାମ୍ବାଦିକ ମାନେ ଆଜି ପ୍ରତିବାଦ ଜଣାଇଛନ୍ତି ।…
ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଅନୁଗୁଳ – କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ପଡିଲା । ଏହା ଭିତରେ ୧୫ ଦିନ ବିତି ଗଲାଣି , ହେଲେ ରାସ୍ତା ଉପରେ ପଡି ରାହିଛି…