ଅପରାଧ ଭାତୃ ହତ୍ଯାକାରୀକୁ ଆଜୀବନ କାରାଦଣ୍ଡ Angul OnlineOctober 20, 2023October 20, 2023 ଅନୁଗୁଳ – ୨୦୨୦ ମସିହା ଅପ୍ରେଲ ୧୦ ତାରିଖ ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗ ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ରାୟ ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ମାମଲାର ଶୁଣାଣି କରି ଅଭିଯୁକ୍ତ ସାନଜେରଜାଙ୍ଗ ଗ୍ରାମର ବଂଶୀଧର ନାଏକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୫ ହଜାର ଟଙ୍କା କରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ସୁଚନା ଅନୁସାରେ ଘଟଣା ଦିନ ପାରିବାରିକ କଳହକୁ କେନ୍ଦ୍ର କରି ସାନକେରଜାଙ୍ଗ ଗ୍ରାମର ଦିଲ୍ଲୀପ ନାଏକଙ୍କୁ ଅଭିଯୁକ୍ତ ବଡ଼ଭାଇ ବଂଶୀଧର ନାଏକ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ସନ୍ଧ୍ୟାରେ ଦିଲ୍ଲୀପ ଓ ତାଙ୍କ ମା’ ଘର ଅଗଣାରେ ବସି ସାନ ଭାଇର ବିବାହ ନେଇ କଥା ହଉଥିଲେ । ଏହି ସମୟରେ ବଂଶୀଧର ପହଞ୍ଚିବା ସହିତ କୌଣସି କଥାକୁ ନେଇ ତାଙ୍କର ଦିଲ୍ଲୀପଙ୍କ ସହିତ ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବଂଶୀଧର ଟାଙ୍ଗିଆ ଧରି ଦିଲ୍ଲୀପଙ୍କୁ ଗୋଡ଼ାଇଥିଲେ । ଦିଲ୍ଲୀପ ଜୀବନ ବିକଳରେ ପଳାଇ ଯାଉଥିବା ବେଳେ ବଂଶୀଧର ଟାଙ୍ଗିଆରେ ତାଙ୍କ ଛାତି ଓ କାନ୍ଧକୁ ହାଣି ଦେଇଥିଲେ । ପ୍ରବଳ ରକ୍ତସ୍ରାବ ସହିତ ଘଟଣା ସ୍ଥଳରେ ହିଁ ଦିଲ୍ଲୀପଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏ ନେଇ ଦିଲ୍ଲୀପଙ୍କ ସ୍ତ୍ରୀ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ କେସ୍ ନଂ ୭୩ ୨ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ବଂଶୀଧରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ଦୌରାଜକୁ ତଥା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାଲିଥିଲା । ମୋଟ୍ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚିଚାରପତି ଅନୁପ ରଞ୍ଜନ ପଟ୍ଟନାୟକ ଅଭିଯୁକ୍ତ ବଂଶୀଧରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ଏହି ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାଶ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଭୂତିଆ ଏହି ମାମଲା ପରିଚାଳନା କରୁଥିଲେ । Advertisement
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ…