ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ

ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ

କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ ଦୁଇ ଦିନ ତଳେ ଯୁବକଙ୍କ ଫାଶରେ ପଡି ମୃତ୍ଯୁ ହେବା ପରେ ପାହାଡ଼ ଖୋଲରେ ଯୁବକର ମୃତଦେହକୁ ଶିକାରୀମାନେ ଲୁଚାଇ ଥିଲେ । ଦୁଇଦିନ ପରେ ଦୁର୍ଗନ୍ଧ ହେବାରୁ ପାହାଡ଼ରୁ ମୃତଦେହ ମିଳିଥିଲା । ମୃତକ ଜଣଙ୍କ କଣିହାଁ ଥାନା ସୁଶୁବା ଗ୍ରାମପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମ ଝାରବେଡ଼ା ସାହିର ୨୨ ବର୍ଷୀୟ ଟିଟୁ ଲହରା । ଏ ନେଇ ପରିବାର ପକ୍ଷରୁ ରେଙ୍ଗାଳି ଥାନାରେ ଏତଲା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପାଲଲହଡା ଡାକ୍ତରଖାନାକୁ ପଠାଇଥିଲା । ଏହି ଘଟଣାରେ ତିନି ଜଣ ଶିକାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ମାନଙ୍କ ମଧ୍ଯରେ ଜଣେ ୧୬ ବର୍ଷୀୟ ଜଣେ ନାବାଳକ ଥିବା ବେଳେ ଅନ୍ଯ ଦୁଇ ଜଣ ହେଲେ ପରାଛାଟ ଗାଁର ବଳରାମ ପ୍ରଧାନ ( ୨୫ ) ଓ ଗେଙ୍ଗୁଟିଆ ଗାଁର ସିନ୍ଧୁ ବେହେରା । ଏମାନେ ଜନ୍ତୁ ଶିକାର ପାଇଁ ବିଦ୍ଯୁତ ଫାଶ ବସାଇଥିବା ବେଳେ ସେଥିରେ ପଡି ଟିଟୁଙ୍କର ମୃତ୍ଯୁ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
1
+1
2
+1
0
+1
0

Leave a Reply