ଅପରାଧ ୪ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineOctober 29, 2023October 29, 2023 ଅନୁଗୁଳ – ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେହି ସାହିର ସୁନୀଲ କୁମାର ଭୁତିଆ । ସୂଚନା ଅନୁସାରେ ଅରା ସାହିର ସୁନୀଲ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରୁଥିବା ଖବର ମିଳିଥିବା ବେଳେ ଅବକାରୀ ବିଭାଗ ତା ଉପରେ ନଜର ରଖିଥିଲା । ଆଜି ସେ ଗରାଖ ଅପେକ୍ଷାରେ ଥିବା ବେଳେ ଅବକାରୀ ବିଭାଗ କାବୁ କରି ନେଇଥିଲା । ଜାଞ୍ଚ ବେଳେ ତା ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୦ ହଜାର ହେବ ବୋଲି ଜଣା ପଡ଼ିଛି । ସେ ଏହି ବ୍ରାଉନସୁଗାର କେଉଁଠୁ ଆଣୁଥିଲା କିଭଳି ବେପାର କରୁଥିଲା ତାହା ତଦନ୍ତ କରୁଥିବା ବେଳେ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ କହିଛନ୍ତି । Advertisement
ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର…
ଡକାୟତି ଉଦ୍ୟମ ବେଳେ ମାଡି ବସିଲା ପୁଲିସ – ୪ ଡକାୟତ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ଅନୁଗୁଳ ପୁଲିସ ଚଢାଉ କରି ୪ ଜଣ ଡକାୟତଙ୍କୁ ଗିରଫ କରିବାକୁ…
୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା…