ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ମହଜୁଦ ଥିବା ଖବର ପାଇ ଚଢ଼ାଉ କରା ଯାଇଥିଲା । ଚଢ଼ାଉ ବେଳେ ଏକ ଭଡା ଘରୁ ଏହି ବେଆଇନ ମହଜୁଦ ବାଣ ଜବତ ହୋଇଥିଲା । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ସୂଚନା ଅନୁସାରେ ତାଳଚେର ବାଘୁଆବୋଲ ଅଞ୍ଚଳର ରାଜେନ୍ଦ୍ର ବାଇ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଭଡା ସୂତ୍ରରେ ନେଇ ରେମୁଆଁ ଅଞ୍ଚଳର ରଶ୍ମିତା ଅଧିକାରୀ ନାମକ ଜଣେ ମହିଳା ବେଆଇନ ଭାବେ ବାଣ କୁ ମହଜୁଦ ରଖି ବାଣ ବ୍ୟବସାୟ କରୁଥିଲେ । ପୁଲିସ ଉଭୟ ବାଣ ବେପାରୀ ଓ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ବାଣ ରଖିଥିବା ବେପାରୀଙ୍କ କହିବା କଥା ସେ ବାଣ ବିକ୍ରି ପାଇଁ ଦରକାର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଏପଟେ ବିନା ଲାଇସେନ୍ସରେ ବିକ୍ରି ହେଉଥିବା ଜାଣି ଚଢ଼ାଉ ପରେ ପ୍ରାୟ ୫୦ ପ୍ରକାରର ୧୮ ହଜାରରୁ ଅଧିକ ପ୍ୟାକେଟ ବାଣ ଜବତ ହୋଇଛି ।
What’s your Reaction?
+1
+1
+1
+1
+1
2
+1
1
+1
1