କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାରରେ ଥିବା ଆକ୍ସିସ ବ୍ୟାଙ୍କରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ,ଗୁରୁବାର ରାତି ପ୍ରାୟ ୨ଟା ୩୦ମିନିଟ ସମୟରେ ବିଦ୍ୟୁତ ସର୍ଟ କାରଣରୁ ଅଗ୍ନୀକାଣ୍ଡ ଘଟିଥିଲା । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ବ୍ଯାପକ ଥିବାରୁ କଣିହାଁ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସିଥିବା ବେଳେ ଏନଟିପିସି ପ୍ରକଳ୍ପର ଗୋଟିଏ ଗାଡି ନିଆଁ ଲିଭାଇବା କାର୍ଯ୍ଯରେ ନିୟୋଜତ ହୋଇଥିଲା । ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା । ଅଗ୍ନିକାଣ୍ଡ ଫଳରେ ବ୍ୟାଙ୍କରେ ଥିବା ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି ।
What’s your Reaction?
+1
+1
+1
1
+1
+1
+1
1
+1