ମୁଖ୍ୟ ଖବର ବସ ଖରାପ ବେଳେ ଟ୍ରକ ଧକ୍କାରେ ତିନି ମୃତ Angul OnlineNovember 17, 2023November 17, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍ ଝାରସୁଗୁଡ଼ାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା । ରେଢ଼ାଖୋଲ ଓ କିଶୋରନଗର ମଝିରେ ଥିବା ବରଗାପାଲିରେ ନିକଟରେ ବସର ଚକା ପଙ୍କଚର ହୋଇଯାଇଥିଲା । ଏହାପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ । ଗାଡ଼ିର ମରାମତି କାମ ଚାଲିଥିବା ସମୟରେ କିଛି ଯାତ୍ରୀ ଶୌଚ ହେବା ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି କେତେକ ଯାତ୍ରୀଙ୍କୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ଯରୁ ଜଣଙ୍କୁ କିଶୋରନଗର ଓ ଅନ୍ଯ ୩ ଜଣଙ୍କୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ରେଢଖୋଲରେ ଦୁଇ ଜଣ ଓ କିଶୋରନଗରରେ ଜଣଙ୍କର ମୃତ୍ଯୁ ହୋଇଥିଲା । ଏବେ ମଧ୍ଯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୩ ମୃତକ ହେଲେ ଘନଶ୍ୟାମ ବାରିକ (ବ୍ରଜରାଜନଗର), ଆନନ୍ଦ ପ୍ରଧାନ (ସୁନ୍ଦରଗଡ଼) ଏବଂ ନୟନ କୁମାର ନାଏକ (ଲାଇକେରା, ଝାରସୁଗୁଡ଼ା)। ଖବର ପାଇ କିଶୋରନଗର ପୁଲିସ ଘଟଣାର ତଦନ୍ତ କରୁଛି । ଏପଟେ ଦୁର୍ଘଟଣା କର୍ରିଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । Advertisement
କାହିଁକି ଗାଳି କଲେ ବିଧାୟକ ବ୍ରଜ କିଶୋର ? ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଛି । ଯେଉଁଥିରେ ବିଧାୟକ ଏକ କମ୍ପାନୀର ଲୋକଙ୍କୁ…
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ…