ଅପରାଧ ୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୁଲିସ – ଟଙ୍କା ଓ ମାରଣାସ୍ତ୍ର ଜବତ Angul OnlineNovember 27, 2023November 27, 2023 ଅନୁଗୁଳ – ଅନୁଗୁଳ ପୁଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏହି ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍ , ରାଜକିଶୋରପଡ଼ାର ଶେଖ୍ ଜବିର , ଶେଖ ଆବିଦ , ମିର ହାସିମ୍ , ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା । ପୁଲିସ୍ ସେମାନଙ୍କ ଠାରୁ ସେମାନଙ୍କ ଠାରୁ ୩୩ ଶହ ଟଙ୍କା, ଗୋଟିଏ ଲୁହା ରଡ, ଗୋଟିଏ ଛୁରୀ ଓ ୨ଟି ଚୋରା ମୋବାଇଲ୍ କବତ କରିଛି । ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ଛେଣ୍ଡିପଦାର ଉତ୍କଳ ଡି କୋଇଲା ଖଣିରୁ ନାଲ୍କୋକୁ କୋଇଲା ଚାଲାଣ କରୁଥିବା ଜଣେ ଟିପ୍ପର ଚାଳକ ଓ ଅନ୍ୟ ଜଣେ ଟ୍ରଲର ଚାଳକ ଦୁର୍ଲ୍ଲଭଙ୍କ ଲୁଟପାଟର ଶିକାର ହୋଇଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଦୁର୍ବୃତ୍ତମାନେ ମୁସଲିମପଡା ଛକ ନିକଟରେ ଛପି ରହିଥିଲେ। ଦୁଇଟି ଯାକ ଗାଡ଼ି ଡିଆଇସି ଛକ ପଟୁ ଆସୁଥିବା ଦେଖି ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ଉଭୟଙ୍କୁ ଭୟଭୀତ କରାଇଥିଲେ। ନିର୍ଧୁମ ମାଡ଼ ମାରି ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏନେଇ ସେମାନଙ୍କୁ କୋଇଲା ଟ୍ରାନ୍ସପୋର୍ଟରେ ନିୟୋଜିତ କରିଥିବା ସଂସ୍ଥା ପକ୍ଷରୁ ଶନିବାର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ୍ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଶେଷରେ ଡକାୟତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏମାନେ ପୂର୍ବରୁ ଏହିଭଳି ଅନେକ ଲୁଟ କରିଥିବା ପୁଲିସ ସୂଚନା ଦେଇଛି । Advertisement
ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ-ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ଅବବାହିକାରେ ଚଢାଉ…
ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ନକଲି ପୁଲିସ ଏବଂ ସହଯୋଗୀ ଗିରଫ ଅନୁଗୁଳ – ଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିବା ବେଳେ ଦୁଇ ନକଲି ପୁଲିସ ଗିରଫ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ରାସ୍ତାରେ ଗତକାଲି…