ଅପରାଧ ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ Angul OnlineNovember 30, 2023November 30, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳର ଜଣେ ଡାକ୍ତରାଣୀଙ୍କୁ ଘରେ ପଶି ଦୁଷ୍କର୍ମ କରିବା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଛେଣ୍ଡିପଦାର ସୁକାନ୍ତ ବେହେରାକୁ ୧୦ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି ।ଜରିମନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ ପାଇଛି । ସୂଚନା ଅନୁସାରେ, ୨୦୨୧ ଜୁନ୍ ୨୯ ତାରିଖ ରାତିରେ ଡାକ୍ତରାଣୀ ଛେଣ୍ଡିପଦାର ଏକ ହୋଟେଲରୁ ଖାଇବା ମଗାଇଥିଲେ । ହୋଟେଲ୍ ମାଲିକଙ୍କ ପୁଅ ଅଭିଯୁକ୍ତ ସୁକାନ୍ତ ରାତି ପ୍ରାୟ ୧୨ଟାରେ ହୋଟେଲରୁ ଖାଦ୍ୟ ପାର୍ସଲ ଧରି ଡାକ୍ତରାଣୀଙ୍କ ଘରେ ପହଂଚି ଥିଲା । ଡାକ୍ତରାଣୀ କବାଟ ଖୋଲିବା ମାତ୍ରେ ସେ ଧସେଇ ପଶି ଡାକ୍ତରାଣୀଙ୍କୁ ବଳାତ୍କାର କରିଥିଲା । ପୁଲିସ୍ରେ ଅଭିଯୋଗ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ଏହି ସମୟରେ ଡାକ୍ତରାଣୀଙ୍କ ଦୁଇ ଭାଇ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ଅଭିଯୁକ୍ତଙ୍କୁ କାବୁ କରିବା ବେଳେ ସେ ଧକ୍କା ମାରି ଫେରାର୍ ହୋଇଯାଇଥିଲା । ଏନେଇ ଡାକ୍ତରାଣୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିବା ବେଳେ ମୋଟ ୧୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ସୁକାନ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ । Advertisement
ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି ।…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…