ମୁଖ୍ୟ ଖବର ସେଟ୍ରିଙ୍ଗ ଖସି ଶ୍ରମିକ ମୃତ୍ୟୁ Angul OnlineDecember 5, 2023December 5, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଗାଁରେ ଏକ ଅଘଟଣ ଘଟି ଯାଇଛି। ଛାତ ସେଟ୍ରିଙ୍ଗ ଖୋଲିଥିବା ବେଳେ ସେଟ୍ରିଙ୍ଗ ଖସି ପଡିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସୋନପୁର ଜିଲ୍ଲା ଆମାନ୍ତପାଲି ଗାଁର ନିରଞ୍ଜନ ହରିପାଲ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆମାନ୍ତପାଲି ଗାଁର ଜଣେ ବ୍ୟକ୍ତି ଘର ଛାତ ପକାଇଥିଲେ । ଆଜି ଏହି ଛାତର ସେଟ୍ରିଙ୍ଗ ଖୋଲିବା ପାଇଁ ସୋନପୁର ଜିଲ୍ଲାରୁ କିଛି ଶ୍ରମିକଙ୍କୁ ଡାକିଥିଲେ । ଶ୍ରମିକମାନେ ସେଟ୍ରିଙ୍ଗ ଖୋଳୁଥିବା ବେଳେ ସେଟ୍ରିଙ୍ଗ ହଠାତ ଖସିଯିବା ଫଳରେ ନିରଞ୍ଜନ ଚାପି ହୋଇ ଯାଇଥିଲେ । ବାମୁର ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନକୁ ଉଦ୍ଧାର କରି କିଶୋରନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଟିଟିପିଏସ ବନ୍ଦର ପ୍ରତିବାଦ, ତାଳଚେରରେ ଅର୍ଥନୈତିକ ଅବରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…
ସରିଲା ତାଳଚେରର ଗଣପର୍ବ ଗଣେଷ ପୂଜା – ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରୁ ଆଜି(ଶନିବାର) ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା…
ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ଭୁବନେଶ୍ୱର – ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ…