ଆଞ୍ଚଳିକ ମହାମହିମ ରାଜ୍ୟପାଳଙ୍କ ଅନୁଗୁଳ ଜିଲ୍ଲା ଗସ୍ତ Angul OnlineDecember 6, 2023December 6, 2023 ଅନୁଗୁଳ – ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କର ଏହି ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ସେ ନାଲ୍କୋ ଗେଷ୍ଟ ହାଉସଠାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ପରେ ମାନ୍ୟବର ରାଜ୍ୟପାଳ ଅନୁଗୁଳ ଜିଲ୍ଲାର ତୁରଙ୍ଗ ଗ୍ରାମର ଆମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଶିଶୁ ମାନଙ୍କ ସହ ଭାବ ବିନିମୟ କରିବା ସହିତ କର୍ମଚାରୀମାନଙ୍କୁ ଆନ୍ତରିକତା ସହ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପରେ ଆୟୋଜିତ ଏକ ସଭାରେ ମାନ୍ୟବର ରାଜ୍ୟପାଳ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ସମୟରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଦିଗଦର୍ଶନ ମହିଳା ଶସକ୍ତିକରଣରେ ବଡ ପରିବର୍ତ୍ତନ ଆଣିଛି । ବିକଶିତ ତଥା ଆତ୍ମନିର୍ଭର ଭାରତ ଅଭିଯାନରେ ମହିଳା ମାନଙ୍କ ଅବଦାନ ଏବଂ ଭୂମିକା ଅତୁଳନୀୟ ବୋଲି ମାନ୍ୟବର ରାଜ୍ୟପାଳ କହିଥିଲେ । ଗ୍ରାମବାସୀଙ୍କ ଦ୍ବାରା ଉଠାଯାଇଥିବା ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ପରେ ଅନୁଗୁଳର ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରି ଛାତ୍ରାବାସର ପ୍ରତିଷ୍ଠିତା ତଥା ସ୍ୱାଧିନତା ସଂଗ୍ରାମୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ତେବାସୀଙ୍କୁ ବଡ ସ୍ବପ୍ନ ଦେଖି ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେବା ସହିତ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସୂଚାଇ ଦେଇଥିଲେ । ଏହି ଅବସରରେ ଛାତ୍ରାବାସକୁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେଇଥିଲେ । ପରେ ଅନୁଗୁଳର ଶିକ୍ଷକପଡାଠାରେ ଥିବା ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ପରିଦର୍ଶନ କରି ମାନ୍ୟବର ରାଜ୍ୟପାଳ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜନସାଧାରଣ କିଭଳି ଏହାର ଲାଭ ପାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପରେ ମହାମହିମ ରାଜ୍ୟପାଳ ସ୍ମାର୍ଟ ପାର୍କ ପରିଦର୍ଶନରେ ଯାଇଥିଲେ । ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘର ପରିଦର୍ଶନ କରିବା ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଏହାପରେ ଅନୁଗୁଳ ସ୍ଥିତ ଉନ୍ନତ ଥଇଥାନ କେନ୍ଦ୍ର (ଏ ଆର ସି )କୁ ପରିଦର୍ଶନ କରିଥିଲେ । ପରେ ପରେ ତାଳଚେର ଅନ୍ତର୍ଗତ କନ୍ଧବେରେଣୀ ଗ୍ରାମର ଗ୍ରାମବାସୀ ଓ ସ୍ବାୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଂକ ସହ ବାର୍ତ୍ତାଳାପ କରି ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଜିଲ୍ଲା ପ୍ରଶାସନକୁ ଏହାର ତୁରନ୍ତ ସମାଧାନ ପାଇଁ ଏହାର ନିର୍ଦ୍ଦେଶ ଦେଇଥିଲେ । ପରେ କନ୍ଧବେରେଣୀ ସ୍ଥିତ ଆଶ୍ରମ ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ର ଛାତ୍ରୀମାନଂକୁ ଶିକ୍ଷାକୁ ଅଗ୍ରାଧିକାର ଦେଇ ଜୀବନରେ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଗସ୍ତର ଶେଷ ପର୍ଯ୍ୟାୟରେ ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । Advertisement
ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଭାବେ ସୁସ୍ମିତା ସାହୁ ଯୋଗ ଦେଇଛନ୍ତି । ଆଜି ସକାଳ ୧୦.୩୦ ବେଳେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ…
ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟିତ ଅନୁଗୁଳ – କୃଷି ଓ ଏହାର ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟାଡିୟମ…
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…