ମୁଖ୍ୟ ଖବର ସୋମବାର ଠାରୁ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଖୋଲିବ Angul OnlineDecember 10, 2023December 10, 2023 ଅନୁଗୁଳ – ଚଳିତ ମାସ ୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଥିବା ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଆସନ୍ତାକାଲି (ସୋମବାର) ଠାରୁ ପାଠକ ପାଠିକାମାନଂକ ପାଇଁ ଖୋଲାଯିବ । ଏହି ପାଠାଗାର ପ୍ରତ୍ୟେକ ଦିନ ପୂର୍ବାହ୍ନ ୮ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ସରକାରୀ ଛୁଟି ଦିନ ଗୁଡିକରେ ବନ୍ଦ ରହିବ । ଏଥି ନିମନ୍ତେ ଇଛୁକ ପାଠକ ପାଠିକାମାନେ ମାସିକ ୧୫୦ ଟଙ୍କା ଦେୟ ପୈଠ କରି ଏହି ପାଠାଗାରର ସୁବିଧା ନେଇପାରିବେ । ପଞ୍ଜିକରଣ ନିମନ୍ତେ ଆସନ୍ତାକାଲି ୧୧ ତାରିଖ (ସୋମବାର)ରୁ ଜିଲ୍ଲା ପାଠାଗାର(ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସର) ଠାରେ ଅପରାହ୍ନ ୩ ଘଟିକା ରୁ ୫ ଘଟିକା ମଧ୍ୟରେ ଆବେଦନ କରିପାରିବେ । ଆବେଦନ ନିମନ୍ତେ ଆଧାର କାର୍ଡ, ମୋବାଇଲ ନମ୍ବର, ଜନ୍ମ ତାରିଖ ଓ ସ୍ଥାୟୀ ଠିକଣା ଇତ୍ୟାଦିର ନିତ୍ୟାନ୍ତ ଆବଶ୍ୟକ ରହିଛି । ସର୍ବସାଧାରଣଙ୍କ ପାଇଁ ଏହି ପାଠାଗାର ଖୁବ୍ ଶିଘ୍ର ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । Advertisement
ଟ୍ରକ ଚାପାରେ ବାପ-ପୁଅ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି…
କାର୍ଯ୍ୟରେ ଅବହେଳା ନେଇ ଶିକ୍ଷକ ନିଲମ୍ବିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା ନେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି…
ହାତୀ ଆକ୍ରମଣରେ ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ ।…