ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ଯା କଲା ସ୍ୱାମୀ

ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ଯା କଲା ସ୍ୱାମୀ

ଆଠମଲ୍ଲିକ –  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଅଂଚଳରେ ଗୁରୁବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଧାନବିଲରେ ଯୁକ୍ତିତର୍କରୁ ଉତ୍‌କ୍ଷିପ୍ତ ସ୍ବାମୀ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିବା ଜଣାପଡ଼ିଛି । ସନ୍ଧ୍ୟାରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୁଲିସ ଜବତ କରିଛି । ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ା ଗ୍ରାମର ବୈଜୟନ୍ତୀ ସାହୁ(୪୫) ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ ସ୍ୱାମୀ ଆନନ୍ଦ ସାହୁ ଫେରାର୍ ହୋଇଯାଇଛନ୍ତି । ପୁଲିସ ସୂତ୍ରରୁ ଜଣଯାଇଛି ଯେ, ଆନନ୍ଦ ଓ ବୈଜୟନ୍ତ୍ରୀ ଉଭୟ ପଡ଼ୋଶୀ ଗାଁ’ କିଆକଟା ଥାନା ଅନ୍ତର୍ଗତ ରାଉତପଡ଼ା ଅଞ୍ଚଳକୁ ଧାନ କାଟିବାକୁ ଯାଇଥିଲେ । ମଧ୍ୟାହ୍ନ ପରେ କୌଣସି ଘଟଣାକୁ ନେଇ ଉଭୟଙ୍କର ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଆନନ୍ଦ ସାଙ୍ଗରେ ନେଇ ଯାଇଥିବା ଟାଙ୍ଗିଆରେ ବୈଜୟନ୍ତୀଙ୍କ ନାକକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ବୈଜୟନ୍ତୀଙ୍କ ନାକ ଫାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲା ବେଳେ ସ୍ତ୍ରୀକୁ ଛାଡ଼ି ଆନନ୍ଦ କୁଆଡ଼େ ଖସିଯାଇଛନ୍ତି । ଅପରାହ୍ନରେ ପରିବାର ଲୋକ ବିଲକୁ ଗଲା ବେଳେ ଆନନ୍ଦଙ୍କୁ ପାଇନଥିଲେ । ଧାନ ବିଲଠାରୁ ପ୍ରାୟ ୨୦୦ ମିଟର ଦୂର ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୈଜୟନ୍ତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ । ରାତିରେ ଆଠମଲ୍ଲିକ ଓ କିଆକଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

What’s your Reaction?
+1
1
+1
0
+1
0
+1
0
+1
2
+1
1
+1
0

Leave a Reply