ସ୍ୱାସ୍ଥ୍ୟ ପ୍ରଥମେ ଡିଇସି ବଟିକା ଖାଇଲେ ଜିଲ୍ଲାପାଳ – ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କଲେ ଉଦଘାଟନ Angul OnlineFebruary 25, 2021February 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଗୃହରେ ଚଳିତ ମାସ୨୫ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବାତଜ୍ୱର ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରଥମେ ନିଜେ ଡିଇସି ଓ କୃମିନାଶକ ବଟିକା ଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜାତୀୟ ବାତଜ୍ୱର ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସାମୂହିକ ଔଷଧ ବିତରଣ କାର୍ଯ୍ୟକ୍ରମର ଉଦେଶ୍ୟ ଏହାର ସୁଦୂର ପ୍ରସାରୀ ଉପକାରୀତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ସମସ୍ତେ ଔଷଧ ସେବନ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ । ପାଞ୍ଚବର୍ଷ ଲଗାତାର ଏହି ଔଷଧ ଖାଇଲେ ମାଇକ୍ରୋଫାଲେରିଆ କୃମି ନଷ୍ଟ ହୋଇଯିବା ସହ ଦୀର୍ଘମିଆଦୀ ସୂତ୍ରରେ ଏ ରୋଗର ସମୂଳେ ବିନାଶ କରିହେବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଭୟ କୁମାର ଦାଶ ସୂଚନା ଦେଇଥିଲେ । ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ୧୨ଲକ୍ଷ ୫୭ ହଜ଼ାର ୪୪୦ ଜଣଙ୍କୁ ଫାଲେରିଆ ଔଷଧ ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ ଡ଼ଃ ପୂର୍ଣ୍ଣିମା ଉଦଗାତା, ଏଡିପିଏଚଓ ଡ଼ଃ ବିଶ୍ୱ ବିହାରୀ ମହାନ୍ତି,କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱ ରଞ୍ଜନ ରଥ , ଭିଭିଡ଼ିଏସ ପରାମର୍ଶଦାତା ନିରୂପମା ଦାସ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶିଳ୍ପାନୁଷ୍ଠାନ ନାଲକୋ , ଜେଏସପିଏଲର ଗୋଷ୍ଠୀ ସାମାଜିକ ଦାଇତ୍ୱ ବିଭାଗର ଅଧିକାରୀ ମାନେ ସହଯୋଗ କରିଥିଲେ । Advertisement
ଝାଡ଼ାବାନ୍ତିରେ ୫୦ ରୁ ଅଧିକ ଆକ୍ରାନ୍ତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗହମ ଗାଁରେ ଝାଡାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ…
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…
ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୁବନେଶ୍ଵର -(ANGULONLINE)- ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଅଭୟ କୁମାର ଦାସଙ୍କର ବଦଳି ହୋଇଛି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରା କରାଯାଇଥିବା…