ଅପରାଧ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ Angul OnlineJanuary 9, 2024January 9, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣଙ୍କ ହେଲେ ନାବାଳିକାଙ୍କ ଗାଁର ୨୨ ବର୍ଷୀୟ ଚନ୍ଦନ ମାଝୀ । ସୁଚନା ଅନୁସାରେ ଚନ୍ଦନଙ୍କ ଘର ତାଳଚେର ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ନାବାଳିକାଙ୍କ ଗାଁରେ ଘର କରି ରହିଛନ୍ତି । ଗତ ଦୁଇ ଦିନ ତଳେ ଗାଁର ଜଣେ ୩ ବର୍ଷୀୟ ସମ୍ପର୍କୀୟ ଭାଣିଜୀକୁ ଚନ୍ଦନ ଭୁଲେଇ ଭାଲେଇ ଏକ ଶାଗୁଆନ ବଗିଚାକୁ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ତାଙ୍କ ଘର ଆଗରେ ଛଡିଦେଇ ପଳାଇ ଯାଇଥିଲା । ପରେ ପରିବାର ଲୋକ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ମଙ୍ଗଳବାର ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର…
ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪…
କଙ୍କାଳ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଥାନା ଗୋପୀନାଥପୁର ନିକଟରୁ ଆଜି ଏକ କଙ୍କାଳ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ପାଖ…